ରାଉରକେଲା : ୨୦ ହଜାର ଲାଞ୍ଚ ନେଉଥିଲେ କିରାଣୀ।। ମାଡ଼ି ବସିଲା ଭିଜିଲାନ୍ସ ଟିମ୍। କିରଣୀଙ୍କ ସମେତ ୨ ଅଟକ।

0 710

ସୁନ୍ଦରଗଡ଼ : ୧୭/୨(ସତ୍ୟାନ୍ୟୁଜ)
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଲେଫ୍ରିପଡ଼ା ତହସିଲ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଗୋଲଖ ନାଏକ । ଲେଫ୍ରିପଡ଼ା ମଶାବିରା ର ଅନନ୍ତ ପ୍ରଧାନ ଙ୍କ ଠାରୁ ଜମି ଚିହ୍ନଟ କରିବା ବାବଦ ରେ ଫାଇଲ କାମ କରିଦେବା ପାଇଁ ୨୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ଗୋଲଖ। ଗତ ୬ ତାରିଖ ଅନନ୍ତ ତାଙ୍କ ଜମି ଚିହ୍ନଟ କରାଇବା ପାଇଁ ତାହସିଲଦାରଙ୍କ ନିକଟ ରେ ଆବେଦନ କରିଥିଲେ । ସେହି ଫାଇଲ କୁ ତହସିଲଦାରଙ୍କ ନିକଟରେ ଦାଖଲ କରିବା ପାଇଁ ଲାଞ୍ଚ ଦାବୀ କରିଥିଲେ ଗୋଲଖ । ଏହାକୁ ନେଇ ଅନନ୍ତ ସୁନ୍ଦରଗଡ଼ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ । ଆଜି ଅଫିସ ବାହାରେ ଟଙ୍କା ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ରଙ୍ଗ ଲଗା ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହା ସହ ଜଣେ ଅଣ ସରକାରୀ କର୍ମଚାରୀ ଅରୁଣ ସେଠ୍ ଙ୍କୁ ମଧ୍ୟ ଅଟକ ରଖା ଯାଇଛି। ଟଙ୍କା ପାଇବା ପରେ ଗୋଲକ ସେଠ୍ ଙ୍କୁ ଟଙ୍କା ହସ୍ତାନ୍ତର କରି ଦେଇଥିଲେ। ଗୋଲଖ ଙ୍କ ୨ ଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦିଗରୁ ଯାଞ୍ଚ ଚାଲିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.