ବଣାଇ : ଜଙ୍ଗଲ ନିଆଁକୁ ରୋକିବାକୁ ବଣାଇ ବନ ଖଣ୍ଡରେ ବ୍ୟାପକ କାର୍ଯ୍ୟକ୍ରମ।। ବିଭିନ୍ନ ରେଞ୍ଜ ରେ ବୁଲିଲା ସଚେତନତା ରଥ।

0 285

ବଣାଇ : ୧୪/୨(ସତ୍ୟାନ୍ୟୁଜ) ବଣାଇଁ ବନଖଣ୍ଡରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜଙ୍ଗଲ ନିଆଁ ନିବାରଣ ପାଇଁ ଜନସାଧାରଣଙ୍କ ମଧ୍ୟରେ
ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥr ଶୁଭାରମ୍ଭ କରାଯାଇଛି। ସବୁଜ ପତାକା ଦେଖାଇ ଏହି ରଥକୁ ପି ସି ସି ଏଫ ଦେବୀ ଦତ୍ତ ବିଶ୍ୱାଳ ଏବଂ ବଣାଇ ଡିଫଓ ଲଳିତ ପାତ୍ର ଶୁଭାରମ୍ଭ କରିଛନ୍ତି। ଏହି ରଥ ବଣାଇଁ ବନଖଣ୍ଡରେ ଥିବା ୭ ଟି ରେଞ୍ଜ ର ବିଭିନ୍ନ ଗ୍ରାମରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବ। ତାମରା ରେଞ୍ଜର କାର୍ଯାଳୟ ଠାରେ ୪ଟି ସେକ୍ସନର ବନ କର୍ମଚାରୀ, ଅଗ୍ନିଶମ ବିଭାଗ, ଏନ ଜି ଓ ଙ୍କୁ ନେଇ ଏକ ମିଳିତ ବୈଠକ ହୋଇ ଥିଲା। ଯେତେ ସମ୍ଭବ ଜଙ୍ଗଲ କୁ ନିଆଁ ଦାଉ ରୁ ରକ୍ଷା କରିବା ଉପରେ ଗୁରୁତ୍ୱ ଦେବା ସହ ଲୋକଙ୍କୁ ବୁଝାଇବା ବାବଦରେ ପରାମର୍ଶ ଦିଆ ଯାଇଥିଲା।

Leave A Reply

Your email address will not be published.