ସୁନ୍ଦରଗଡ଼ : ଜେଲ୍ ଗଲେ କୋଟି ପଟି ବଣାଇ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ।। ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ।
ରାଉରକେଲା : ୩୧/୧(ସତ୍ୟାନ୍ୟୁଜ) ଜେଲ୍ ଗଲେ କୋଟିପତି ଆଇ ଟି ଡି ଏ ପ୍ରକଳ୍ପ ଅଧିକାରୀ। ଆୟ ଠାରୁ ୩୧୮ ପ୍ରତିଶତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଲେ ଜେଲ୍। ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଷୀ ସାହୁଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ରାଉରକେଲା ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।ତାଙ୍କର ମୋଟ ସମ୍ପତ୍ତି ୫ କୋଟି ୨ ଲକ୍ଷ ୫୮ ହଜାର ଟଙ୍କା ଆକଳନ କରାଯାଇଛି ବୋଲି ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ତାଙ୍କ ଠାରୁ ଜବତ କରାଯାଇଥିବା ଘଣ୍ଟାର ମୂଲ୍ୟ ସାଢ଼େ ସାତ ଲକ୍ଷ ଟଙ୍କା । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ରେ ଭୁବନେଶ୍ବର ଶ୍ରୀରାମ ନଗରେ ଦୁଇ ମହଲା କୋଠା , ଲକ୍ଷ୍ମୀସାଗର ଭୁବନେଶ୍ବର ରେ ୧୫ ଶହ ବର୍ଗ ଫୁଟ ର ଫ୍ଲାଟ, ଖାରବେଳ ନଗର ରେ ଆଉ ଏକ ଫ୍ଲାଟ୍ ପାଇଁ ଦେଢ଼ କୋଟି ଟଙ୍କା ଅଗ୍ରୀମ, ୯ଟି ବହୁ ମୂଲ୍ୟ ଜମି, ନଗଦ ୪ ଲକ୍ଷ ୫୧ ହଜାର, ବ୍ୟାଙ୍କ୍ ଓ ଇନ୍ସ୍ୟୁରାନସ ଜମା ୭୩ ଲକ୍ଷ ୧୪ ହଜାର, ୧୦ଟି ଦାମୀ ହାତ ଘଣ୍ଟା , ଯାହାର ମୂଲ୍ୟ ସାଢେ଼ ସାତ ଲକ୍ଷ , ଗୋଟିଏ ଚାରି ଚକିଆ ଯାନ ଏବଂ ୩ ଟି ବାଇକ ଠାବ ହୋଇଥିବା କହିଛନ୍ତି ରାଉରକେଲା ଭିଜିଲାନ୍ସ ଏସପି ନରହରି ନାୟକ।