ରାଉରକେଲା : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଆସୁଛନ୍ତି ରାଉରକେଲା।। ହକି ଇଣ୍ଡିଆ ଲିଗ୍ ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

0 366

ରାଉରକେଲା : ୧/୨(ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ତାଙ୍କ ଦୁଇ ଦିବସୀୟ ରାଉରକେଲା ଗସ୍ତରେ ଆସି ପହଞ୍ଚିବେ। ରାଉରକେଲା ବିମାନ ବନ୍ଦର ନିକଟରେ ୪ ଟା ୩୫ ମିନିଟ୍ ରେ ହେଲିକେପ୍ଟର ରେ ପହଞ୍ଚିବା ପରେ ସିଧା ସଳଖ ମେ ଫେଆର୍ ଭିଲେଜ ରେ ପହଞ୍ଚି ସେଠାରେ ଅବସ୍ଥାନ କରିବେ। ମୁଖ୍ୟମନ୍ତ୍ରୀ ଆଜି ହକି ଇଣ୍ଡିଆ ଲିଗ୍ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ରେ ସନ୍ଧ୍ୟା ୭ଟା ୨୫ ମିନିଟ୍ ରେ ପହଞ୍ଚିବା ପରେ ସେଠାରେ ଫାଇନାଲ ଖେଳ ଦେଖିବେ। ରାତି ୧୦ଟା ୨୦ ମିନିଟ୍ ରେ ଷ୍ଟାଡିୟମ୍ ରୁ ବାହାରି ମେ ଫେଆର୍ ଭିଲେଜ୍ ରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।
ମୁଖ୍ୟମନ୍ତ୍ରୀ ଙ୍କ ସ୍ବାଗତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ହକି ଷ୍ଟାଡିୟମ୍ ରାସ୍ତା ଏବଂ ଏଆରପୋର୍ଟ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ଲାଗି ବ୍ୟାନର , ପୋଷ୍ଟର ଆଦି ଲଗାଯାଇଛି। ପ୍ଳା କାର୍ଡ , ପୋଷ୍ଟର , ବ୍ୟାନର ଆଦି ଧରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.