ସୁନ୍ଦରଗଡ଼ : ଗୁଳି ମାଡ଼ରେ ଯୁବକ ଗୁରୁତର।। ଆହତ ଯୁବକ ସୁରଜ୍ ପଟେଲ।। ସୁରଜ୍ ଙ୍କୁ ରାଉରକେଲା ସ୍ଥାନାନ୍ତର।। ପୋଲିସ ତଦନ୍ତ ଜାରି।
ସୁନ୍ଦରଗଡ଼ : ୩୧/୧(ସତ୍ୟାନ୍ୟୁଜ) ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ୮ଟି ବାଇକ୍ ରେ ୨୦ ରୁ ଉର୍ଦ୍ଧ୍ବ ଯୁବକ ଆସି ଗୁଳି ମାଡ଼ କରି ଥିବା ସୂଚନା ମିଳିଛି। ଭସ୍ମା ଥାନା ଦର୍ଲିପାଲି ଅଞ୍ଚଳରେ ଯୁବକଙ୍କୁ ହୋଇଛି ଗୁଳିମାଡ। ଆହତ ଯୁବକ ଜଣ ସରଧାପାଲିର ସୁରଜ୍ ପଟେଲ ବୋଲି ଜଣା ପଡ଼ିଛି। ସୁରଜ୍ ଙ୍କ ପେଟରେ ଗୁଳି ଲାଗିଛି। ଆହତ ଯୁବକ ସୁରଜଙ୍କୁ ତୁରନ୍ତ ସୁନ୍ଦରଗଡ଼ ମେଡ଼ିକାଲ୍ ଅଣାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି।
ଦର୍ଲିପାଲିରେ ଥିବା ଫ୍ଲାଏ ଆସ୍ ବ୍ୟବସାୟକୁ ନେଇ ଏହି ଗୁଳି କାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ୁଛି। ସୁରଜ୍ ଗାଡ଼ି ଲୋଡ୍ କରି ଦର୍ଲିପାଲି ଫ୍ଲାଏଆସ୍ ୟାର୍ଡ ନିକଟରେ ବସିଥିବା ବେଳେ ଏହି ଆକ୍ରମଣର ଶିକାର ହୋଇ ଥିଲେ। ପୋଲିସ ଗୁଳି କାଣ୍ଡ ଘଟଣାର ତଦନ୍ତ କରୁଛି।