ରାଉରକେଲା : ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କ ନିକଟରୁ ନଗଦ ୪ ଲକ୍ଷ ଟଙ୍କା ଜବତ ସହ ବିପୁଳ ସମ୍ପତ୍ତି ଠାବ।। ଭିଜିଲାନ୍ସ ବିଭାଗର ଅଧିକ ତଦନ୍ତ ଜାରି।

0 920

ରାଉରକେଲା : ୩୦/୧(ସତ୍ୟାନ୍ୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ବଣାଇ ସମ୍ୱନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀଙ୍କ ବିଭିନ୍ନ ଆବାସ ଏବଂ କର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ପ୍ରକଳ୍ପ ଅଧିକାରୀଙ୍କ ବିଭିନ୍ନ ଠିକଣା ରୁ ବିପୁଳ ପରିମାଣର ସମ୍ପତ୍ତି , ନଗଦ ଟଙ୍କା , ସୁନା ଗହଣା , ବ୍ୟାଙ୍କ୍
ଡିପୋଜିଟ ଆଦି ଠାବ ହୋଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶି ସାହୁଙ୍କ ନିକଟରୁ ନଗଦ ୪ ଲକ୍ଷ ଟଙ୍କା ଜବତ କରା ଯାଇଛି। ଏହାଛଡା ୬୧ ଲକ୍ଷ ଟଙ୍କାର ବିଭିନ୍ନ ଡିପୋଜିଟ , ଭୁବନେଶ୍ୱର ରେ ଗୋଟିଏ ବହୁତଳ ଘର ଏବଂ ଦୁଇଟି ଫ୍ଲାଟ୍ , ବିଭିନ୍ନ ସ୍ଥାନରେ ୯ ଟି ମୂଲ୍ୟବାନ ପ୍ଲଟ ଠାବ କରାଯାଇଛି। ୧୫୦ ଗ୍ରାମ ସୁନା ଗହଣା ମଧ୍ୟ ଜବତ୍ କରାଯାଇଛି। ଅଧିକ ତଦନ୍ତ ପାଇଁ ଶ୍ରୀ ସାହୁଙ୍କୁ ରାଉରକେଲା ଭିଜିଲାନ୍ସ ଏସପି ଙ୍କ କାର୍ଯ୍ୟାଳୟକୁ ଅଣା ଯାଇଛି।
ଆଜି ସକାଳେ ଭିଜିଲାନ୍ସ ଟିମ୍ ବଣାଇ ସରକାରୀ କାର୍ଯ୍ୟଳୟ , ଘର ସମେତ ୭ ଟି ସ୍ଥାନରେ ଯାଞ୍ଚ କରିଛନ୍ତି। ଭୁବନେଶ୍ୱରର ଖାରବେଳ ନଗର , ଲକ୍ଷ୍ମୀ ସାଗରରେ ଥିବା ଫ୍ଲାଟ୍ , ବାଲେଶ୍ଵର ଫ୍ଲାଟ୍ , ଯାଜପୁର ରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଯାଞ୍ଚ ଚାଲିଥିଲା। ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସ ପି , ୩ ଡିଏସପି , ୧୦ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। ସୁନ୍ଦରଗଡ଼ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରା ଯାଇଥିଲା। ତଦନ୍ତ ପରେ ଆହୁରି ବହୁ ଆୟ ବହିର୍ଭୁତ ସମ୍ପତ୍ତି ମିଳିବାର ଆଶା ରହିଛି।

Leave A Reply

Your email address will not be published.