ରାଉରକେଲା : ପ୍ଲାଣ୍ଟ ସାଇଟ୍ ଥାନାର ନୂତନ ଇନ୍ସପେକ୍ଟର ଭାବେ ଯୋଗ ଦେଲେ ବିଭତ୍ସ ପ୍ରଧାନ।। ଲୋକଙ୍କ ସେବାକୁ ପ୍ରାଥମିକତା ଉପରେ ଗୁରୁତ୍ବ।

0 802

ରାଉରକେଲା : ୩୦/୧(ସତ୍ୟାନ୍ୟୁଜ) ପ୍ଲାଣ୍ଟ ସାଇଟ୍ ଥାନାର ନୂତନ ଇନ୍ସପେକ୍ଟର ଭାବେ ବିଭତ୍ସ ପ୍ରଧାନ ଯୋଗ ଦେଇଛନ୍ତି। ଥାନା ଆଇଆଇସି ଜୟ ନାରାୟଣ ଖଣ୍ଡେଇଙ୍କ ବଦଳି ପରେ ବୁଧବାର ଦିନ ଶ୍ରୀ ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ପ୍ରଧାନ ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ଼ରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି। ଥାନାରେ ଯୋଗ ଦେବା ପୂର୍ବରୁ ସେ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ଥିଲେ। ଆଜି ରାଉରକେଲା ଇଣ୍ଟିଗ୍ରେସନ ଫୋରମ୍ ର ସଦସ୍ୟ ମାନେ ନୂତନ ଇନ୍ସପେକ୍ଟରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ମଧ୍ୟ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରିଥିଲେ। ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଏହାଛଡା ଡ୍ରଗ୍ସ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ କୁ ତ୍ଵରାନିତ କରାଯିବା ବୋଲି ନୂତନ ଆଇଆଇସି କହିଛନ୍ତି।

Leave A Reply

Your email address will not be published.