ରାଉରକେଲା : ରାଉରକେଲା ଡିଏଫ୍ଓ ଙ୍କୁ ପୁରସ୍କୃତ କଲେ ରାଜ୍ୟପାଳ।। ବନ୍ୟ ଜନ୍ତୁ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ।

0 228

ବନ୍ୟ ଜନ୍ତୁ ସୁରକ୍ଷା ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଉରକେଲା ଡିଏଫଓ ପୁରସ୍କ୍ରୁତ
ରାଉରକେଲା : ୨୭/୧(ସତ୍ୟାନ୍ୟୁଜ)  ବନ୍ୟ ଜନ୍ତୁ ସୁରକ୍ଷା ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀଙ୍କୁ  ୨୦୨୪ ଓଡିଶାର  ପ୍ରମୁଖ ୧୦୦ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଭାବରେ ପୁରସ୍କାର ପ୍ରଦାନ କରାଯାଇଛିା।
ଓଡ଼ିଶା ରାଜ୍ୟପାଳ ଡା.ହରିବାବୁ କମ୍ଭମପାଟି ଭୁବନେଶ୍ବରରେ  ଆୟୋଜିତ ଏକ  କାର୍ଯ୍ୟକ୍ରମରେ ଶ୍ରୀ ସେଠୀ ଙ୍କୁ ଏହି ଆଓ୍ବାର୍ଡ ପ୍ରଦାନ କରିଥିଲେ l  ବନ୍ୟଜନ୍ତୁ ସୁରକ୍ଷା ଦିଗରେ  ଏଆଇ ଟକ୍ନୋଲୋଜି ବ୍ୟବହାର କରି ବନ୍ଧମୁଣ୍ଡା  – ବରସୁଆଁ ରେଳ ଧାରଣା ଅତିକ୍ରମ କରୁଥିବା ୨୮ହାତୀଙ୍କ ଜୀବନକୁ ରକ୍ଷା କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ଶ୍ରୀ ସେଠୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି l

Leave A Reply

Your email address will not be published.