ଭୁବନେଶ୍ୱର : ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ।। ପୂର୍ବତନ ଆଇଏଏସ ମଧୁସୂଦନ ପାଢ଼ୀ ରାଜ୍ୟ ନିର୍ବାଚନ ଆୟୁକ୍ତ।

0 244

ଭୁବନେଶ୍ୱର : ୨୭/୧(ସତ୍ୟାନ୍ୟୁଜ) ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ସେ ପାଇବେ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାପରେ ଶ୍ରୀ ମିଶ୍ର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମନ୍ତ୍ରିପରିଷଦ ବାହାରେ ଥାଇ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧା ହାସଲ କରିବେ । ସେହିପରି ଅବସରପ୍ରାପ୍ତ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତି ଅନୁସାରେ ଅବସରପ୍ରାପ୍ତ ଆଇପିଏସ୍ ତଥା ରାଜ୍ୟର ପୂର୍ବତନ ପୁଲିସ ଡିଜି ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ଶ୍ରୀ ମିଶ୍ର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶଦାତା ହେବେ । ଶ୍ରୀ ମିଶ୍ର ରାଜ୍ୟର ପୁଲିସ ଡିଜି ଭାବେ ୨୦୧୨ ଜୁନରୁ ୨୦୧୪ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଶ୍ରୀ ମିଶ୍ର ରାଉରକେଲା ଏସପି ଭାବେ ମଧ୍ୟ କାମ କରିଥିଲେ।
ଏହି ନିଯୁକ୍ତି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଗୁରୁଦାୟିତ୍ୱ ଦେଇଛନ୍ତି । ରାଜ୍ୟବାସୀଙ୍କ କଲ୍ୟାଣ ଓ ବୃହତ୍ତର ସ୍ୱାର୍ଥ ରକ୍ଷା କିଭଳି ହୋଇପାରିବ ସେ ଦିଗରେ ପ୍ରୟାସ କରିବେ । ରାଜ୍ୟର ଲୋକମାନଙ୍କ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ଓ ନୂଆ ବିଜେପି ସରକାର ଠିକ୍ ଭାବେ କାର୍ଯ୍ୟ କରିବ ସେ ଦିଗରେ ପ୍ରାଥମିକତା ଦେବେ ।

ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଅବସରପ୍ରାପ୍ତ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କୁ ନିଯୁକ୍ତି ମିଳିଛି । ପଂଚାୟତିରାଜ ବିଭାଗ ପକ୍ଷରୁ ଏନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଶ୍ରୀ ପାଢ଼ୀ ହେଉଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଓ ୨୦୨୨ ଅକ୍ଟୋବରରେ ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ।

Leave A Reply

Your email address will not be published.