ରାଉରକେଲା : ରାଉରକେଲା ସ୍ଵତନ୍ତ୍ର ଜେଲ୍ ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ।। ୨୦୨୩ ମସିହାରୁ ନିଜ ମା ‘ ହତ୍ୟା ମାମଲାରେ ଜେଲରେ ଥିଲେ।
ରାଉରକେଲା : ୨୭/୧(ସତ୍ୟାନ୍ୟୁଜ) ରାଉରକେଲା ସ୍ବତନ୍ତ୍ର କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୫୫ ବର୍ଷୀୟ ନୀଳମଣି ରାଉତ ଟାଙ୍ଗରପାଲି ଥାନା ଅଞ୍ଚଳରେ ରହୁଥିଲେ। ଟାଙ୍ଗରପାଲି ଥାନା ଅର୍ନ୍ତଗତ କନଷ୍ଟ୍ରକସନ କଲୋନୀର ବାସିନ୍ଦା ନୀଳମଣି ନିଜ ମା’ ର ହତ୍ୟା ମାମଲାରେ ୨୦୨୩ ମସିହା ସେପ୍ଟେମ୍ବର ମାସ lରୁ ଜେଲରେ ଥିଲେ । ମଧୁମେହ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଥାଇ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିବା ସୂଚନା ମିଳୁଛି। ଗତକାଲି ସନ୍ଧ୍ୟାରେ ନୀଳମଣି ଜେଲ୍ ରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଅଣା ଯାଇଥିଲା। ଆରଜିଏଚ ରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ର ସଠିକ୍ କାରଣ ଜଣା ପଡ଼ିନାହିଁ। ଆଜି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ତାଙ୍କର ଡାକ୍ତରୀ ମୁଆୟାନା କରାଯାଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ର ସଠିକ୍ କାରଣ ଜଣାପଡିବ। ରଘୁନାଥପାଲି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଜାରି ରଖିଛି।