ରାଉରକେଲା : ସ୍କୁଟିକୁ ପିଟି ଦେଲା ଟ୍ରକ୍।। ରାଜାମୁଣ୍ଡା ବାଇପାସ୍ ଛକ ନିକଟରେ ଦୁର୍ଘଟଣାରେ ଦୁଇ ଝିଆରୀ ମୃତ, ଦାଦା ଗୁରୁତର।।
ରାଉରକେଲା : ୨୧/୧(ସତ୍ୟାନ୍ୟୁଜ)
ଭାଣିଜି ବାହାଘର ପାଇଁ ମାର୍କେଟିଂ କରିବାକୁ ଯାଉଥିଲେ ତିନି ମାମୁଁ ଏବଂ ତାଙ୍କ ଦୁଇ ଝିଅ। କିନ୍ତୁ ଅଧାରେ ରହି ଗଲା ବାହାଘର ପ୍ରସ୍ତୁତିର ଖୁସି। ଲହୁଣୀ ପଡ଼ା ଥାନା କୁଳିପୋଷରୁ ବଣାଇ ଯାଉଥିଲେ ତିନି ଭାଇ ରମେଶ ଠାକୁର , ଉମେଶ ଠାକୁର ଏବଂ ସୁଧିର ଠାକୁର। ସାନ ଭାଇ ସୁଧିର ସ୍କୁଟି ରେ ବସିଥିଲେ ଦୁଇ ଝିଆରୀ ୧୩ ବର୍ଷୀୟ ଜାନକୀ ଏବଂ ୯ ବର୍ଷୀୟା କରିସ୍ମା। କିଛି ସମୟ ପରେ ପହଞ୍ଚି ଥାଆନ୍ତେ ବଣେଇ। ମାତ୍ର ବିଧିର ବିଧାନ ଅଲଗା। ରାଜାମୁଣ୍ଡା ବାଇପାସ ଗୋଲେଇ ଛକ ନିକଟରେ ପିଟି ଦେଲା ସ୍କୁଟିକୁ ଏକ ଟ୍ରକ୍। ଦାଦା ଏବଂ ଦୁଇ ଝିଆରୀ ଗୁରୁତର ଆହତ ହୋଇ ତଳେ ପଡିଗଲେ। ସେମାନଙ୍କୁ ପ୍ରଥମେ ଲହୁଣୀପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ପଠା ଯାଇଥିଲା। ରାଉରକେଲା ସରକାରୀ ହସ୍ପିଟାଲରେ ଦୁଇ ଝିଆରୀ ମୃତ୍ୟୁ ବରଣ କରିଥିବା ବେଳେ ଦାଦା ସୁଧିର ଜେପି ହସପିଟାଲ ରେ ଚିକିତ୍ସିତ ଅଛନ୍ତି। ମଙ୍ଗଳବାର ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ଡ୍ରାଇଭର ଟ୍ରକ୍ ଛାଡ଼ି ଫେରାର ହୋଇ ଯାଇଛି। ଲହୁଣୀପଡ଼ା ପୋଲିସ ଘଟଣାର ତଦନ୍ତ କରୁଛି।