ସୁନ୍ଦରଗଡ଼ : ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।।। କ୍ଷତିପୂରଣ ଦାବିରେ ମୃତ ଦେହ ରଖି ଚାଲିଛି ରାସ୍ତା ଅବରୋଧ।
ସୁନ୍ଦରଗଡ଼ : ୨୧/୧(ସତ୍ୟାନ୍ୟୁଜ)
୨୦ ଘଣ୍ଟା ହେଲା ଶବ ରଖି ଚାଲିଛି ରାସ୍ତାରୋକ ଆନ୍ଦୋଳନ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ନାକିଟିଦେଉଳ ନିକଟ ଏମ୍ ସି ଏଲ୍ – ଟପରିଆ ରାସ୍ତାରେ ଗତକାଲି ରାତି ରେ ଘଟିଥିଲା ଏହି ଦୁର୍ଘଟଣା । ମହାନଦୀ କୋଲ୍ ଫିଲ୍ଡ ରୁ କାମ ସାରି ଦୁଇ ଜଣ ଯୁବକ ବାଇକ୍ ରେ ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକା ରେ ଚାଲି ଯାଇଥିଲା ଜୀବନ । ଦୁଇ ଯୁବକ ଛତିଶଗଡ଼ ସାରଙ୍ଗଗଡ଼ ଅଞ୍ଚଳର ଦୀପକ ଲେହେରେ ଏବଂ ଭୁବନେଶ୍ୱର କେଶରୱାନୀ ବୋଲି ଜଣା ପଡିଛି ।
ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । କ୍ଷତି ପୂରଣ ଦାବୀରେ ସ୍ଥାନୀୟ ଲୋକେ ୧୫ ଘଣ୍ଟା ହେଲା ଶବ ରଖି ରାସ୍ତା ଅବରୋଧ ଜାରୀ ରଖିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ।ପୋଲିସ ଜଗି ରହିଛନ୍ତି। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଦୁର୍ଘଟଣା ଏଡାଇବା ପ୍ରଶାସନ ସଠିକ୍ ପଦକ୍ଷେପ ନେବାକୁ ଦାବି ହେଉଛି।