ରାଉରକେଲା : ବିବାଦସ୍ପଦ ସ୍ଥାନରେ ରେଳବାଇ ପକ୍ଷରୁ ସେଡ୍ ନିର୍ମାଣକୁ ବିରୋଧ କଲେ ସ୍ଥାନୀୟ ଲୋକେ।। ଉତ୍ତେଜନା ପରେ କାମ ବନ୍ଦ ରହିଛି।

0 543

ରାଉରକେଲା : ୨୧/୧(ସତ୍ୟାନ୍ୟୁଜ) ବନ୍ଧମୁଣ୍ଡା ରେଳ ଷ୍ଟେସନ ନିକଟ ବୋଗୁଡ଼ା ଠାରେ ଥିବା ଏକ
ବିବାଦସ୍ପଦ ଜମିରେ ରେଳବାଇ ପକ୍ଷରୁ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଏହି ଜମିରେ ଦୁଇ ବର୍ଷ ପୂର୍ବରୁ ରେଳବାଇ ପକ୍ଷରୁ ଏକ ସେଡ୍ ନିର୍ମାଣ କରା ଯାଉଥିଲା। ମାତ୍ର ସେତେବେଳେ ଏହା ରେଳବାଇ ଜମି ନଥିବା ଦର୍ଶାଇ ସ୍ଥାନୀୟ ଲୋକେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ। ପରେ ରାଜସ୍ବ ଅଧିକାରୀ ଉକ୍ତ ସ୍ଥାନକୁ ନିରୀକ୍ଷଣ ପରେ ଲାଲ୍ ପତାକା ଲଗାଇ ଥିଲେ। ଏବଂ ଉଭୟ ପକ୍ଷ ଙ୍କୁ କାଗଜ ପତ୍ର ଦେଖାଇବାକୁ କହିଥିଲେ। ଏହି ମାମଲା ରାଜସ୍ବ ବିଭାଗରେ ବିଚାରଧୀନ ଥିବା ବେଳେ ରେଳବାଇ ପକ୍ଷରୁ ଆଜି କରାଯାଉଥିବା ନିର୍ମାଣକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ରେଳ ସୁରକ୍ଷା ବଳଙ୍କ ଉପସ୍ଥିତିରେ ଆରମ୍ଭ ହେଉଥିବା ନିର୍ମାଣ ସ୍ଥଳରେ ଉତ୍ତେଜନା ବଢିବାରୁ ସ୍ଥାନୀୟ ପୋଲିସ ପହଞ୍ଚି ଥିଲେ। ଉଭୟ ପକ୍ଷ ଙ୍କୁ ଥାନାରେ ନିଜ ନିଜର ନଥିପତ୍ର ଦାଖଲ କରିବାକୁ କହିବା ପରେ କାମ ବନ୍ଦ ରହିଥିଲା।

Leave A Reply

Your email address will not be published.