ସୁନ୍ଦରଗଡ଼ : ହେମଗିରି ଥାନା ବରପାଲି ଗାଁର ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି।। ବନ୍ଧୁକ ମୁନରେ ଲୁଟି ନେଲେ ଦେଢ଼ କୋଟିର ଗହଣା।
- ବ୍ୟବସାୟୀ ଙ୍କ ଘରୁ ସଶସ୍ତ୍ର ଡକାୟତି।
- ଲୁଟି ନେଲେ ଦେଢ଼ କୋଟି ରୁ ଉର୍ଦ୍ଧ ସୁନା ଓ ଦୁଇ ଲକ୍ଷ ଟଙ୍କା ।
ସୁନ୍ଦରଗଡ଼ : ୨୧/୧ (ସତ୍ୟାନ୍ୟୁଜ) ପୁଅ ବାହାଘର ଥିଲା ଆସନ୍ତା ୨୭ ତାରିଖରେ। ଘରେ ନଗଦ ଟଙ୍କା ସହ ସୁନା ଗହଣା ରଖିଥିଲେ। ରାତିରେ ଚାରି ଜଣ ଦୁର୍ବୃତ୍ତ ଆସି ଗୃହ ସ୍ବାମୀଙ୍କୁ ବାନ୍ଧି ସବୁ ଲୁଟି ନେଇଗଲେ । ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବରପାଲି ଗାଁ ଘଟିଛି ଏହି ବଡ ଧରଣର ଡକାୟତି। ବରପାଲି ଗାଁ ର ବ୍ୟବସାୟୀ ମନୋଜ ଅଗ୍ରୱାଲ ଙ୍କ ଘରେ ଦୁର୍ବୃତ୍ତ ମାନେ ଏକ ବୋଲେରୋ ଗାଡ଼ିରେ ଆସି ବନ୍ଧୁକ ଦେଖାଇ ଘର ଭିତରେ ପଶିଥିଲେ । ସମସ୍ତଙ୍କୁ ଡରାଇ ବା ସହ ନିସ୍ତୁକ ମାଡ଼ ମାରି ଥିଲେ। ଏହା ପରେ ସମସ୍ତଙ୍କ ହାତ ଗୋଡ ବାନ୍ଧି ଆଲମାରୀ ଖୋଲି ସେଥିରୁ ଦେଢ଼ କୋଟିରୁ ଉର୍ଦ୍ଧ ସୁନା ଗହଣା ଏବଂ ଦୁଇ ଲକ୍ଷ ନଗଦ ଟଙ୍କା ଲୁଟି ନେଇଥିଲେ। ଆଜି ସକାଳେ କୌଣସି ମତେ ନିଜକୁ ମୁକୁଳେଇବା ପରେ ମନୋଜ ପୁଲିସ କୁ ସୂଚନା ଦେଇଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛନ୍ତି। ଆସନ୍ତା ୨୭ତାରିଖ ରେ ପୁଅ ବାହାଘର ପାଇଁ ପୁରା ପରିବାର ର ଗହଣା ଏବଂ ନୂଆ କିଛି ଗହଣା ସହ ନଗଦ ଟଙ୍କା ରଖିଥିଲେ । ଏହି ଡକାୟତି ରେ ମନୋଜ ନିଜର ସର୍ବସ୍ବ ଲୁଟାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।