ବଣାଇ : ଉପଖଣ୍ଡ ସ୍ତରୀୟ ପୁଷପୁନି ପରବ ମହା ସମାରୋହରେ ପାଳିତ।। ଯୋଗଦେଲେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ।

0 299

ବଣାଇ : ୨୦/୧(ସତ୍ୟାନ୍ୟୁଜ) ବଣାଇ ବ୍ଲକ କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ ବର୍ଡାବାହାଲ ଗ୍ରାମରେ ଉପଖଣ୍ଟ ସ୍ତରୀୟ ପୁଷପୁନି ପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। କିସାନ ସମାଜ ପକ୍ଷରୁ ଏହି ସମାରୋହର ଆୟୋଜନ କରା ଯାଇଥିଲା। ବଣାଇ କିସାନ ସମାଜ ସଭାପତି ରତ୍ନାକର କିସାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ରାଜ, ଗ୍ରାମ ଉନ୍ନୟନ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ
ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜ୍ୟ କିସାନ ସମାଜ ର ସଭାପତି , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଉଗ୍ରେସନ କିସାନ ଯୋଗ ଦେଇଥିଲେ। କିସାନ ସମାଜର କଳା, ସଂସ୍କୃତି, ଭାଷା, ପୋଷାକ, ଚାଲିଚଳନକୁ ଉନ୍ନତି କରିବା ସହ ଉଜାଗର କରିବା ଏହି ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତା ମାନେ କହିଥିଲେ। ୧୪ ଟି ଜିଲ୍ଲାର ୫୫୦ କିସାନ ସମାଜର ୫୦୦୦ ରୁ ଅଧିକ ମହିଳା, ପୁରୁଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ପୁଷପୁନି ଉତ୍ସବ କିସାନ ସମ୍ପ୍ରଦାୟର କୃଷି ଭିତ୍ତିକ ପର୍ବ। ସାରା ବର୍ଷ କାମ କରି ଚାଷ କାର୍ଯ୍ୟ ସରିଗଲା ପରେ ଏହି ପୁଷ ପୁନି ପର୍ବକୁ କିସାନ ସମାଜ ଲୋକେ ଧୁମଧାମରେ ପାଳନ କରିଥାନ୍ତି।

Leave A Reply

Your email address will not be published.