ରାଉରକେଲା : ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ୍ ଗଞ୍ଜେଇ ଜବତ।। ଦୁଇ ନିଶାଦ୍ରବ୍ୟ ମାଫିଆ ଗିରଫ।। ୩୮ କେଜି ଗଞ୍ଜେଇ ସହ କାର ଜବତ୍।

0 1,037

ରାଉରକେଲା : ୧୮/୧(ସତ୍ୟାନ୍ୟୁଜ) ବେଆଇନ୍ ମାଦକ ଦ୍ରବ୍ୟ କାରବାର ବିରୁଦ୍ଧରେ ଅବକାରୀ ବିଭାଗର ଅଭିଯାନ ଜାରୀ ରହିଛି। ଆଜି ଅବକାରୀ ବିଭାଗ ରାଉରକେଲା ରେଳ ଷ୍ଟେସନ ନିକଟରୁ ଲକ୍ଷାଧିକ ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏଥି ସହ ଗଞ୍ଜେଇ ଚାଲାଣ କରା ଯାଉଥିବା ଏକ ଧଳା ରଙ୍ଗର କାର ମଧ୍ୟ ଜବତ୍ କରା ଯାଇଛି। ମାଦକ ଦ୍ରବ୍ୟ ଚୋରା
ଚାଲାଣକାରୀ ମାନେ ଏହି ଗଞ୍ଜେଇ ଫୁଲବାଣୀ ଅଞ୍ଚଳରୁ ଆଣି ପଶ୍ଚିମବଙ୍ଗ ସପ୍ଲାଇ କରିଥାନ୍ତେ। ଏହା ପୂର୍ବରୁ ଅବକାରୀ ବିଭାଗ ସୂଚନା ପାଇ ରେଳ ସୁରକ୍ଷା ବଳଙ୍କ ସହ ମିଳିତ ଭାବେ ଦୁଇଟି ଟିମ୍ ଗଠନ କରିଥିଲେ। ଗୋଟିଏ ଟିମ୍ ୧୬ ନମ୍ବର ସେକ୍ଟର ରୁ ଚୋରା ବେପାରୀଙ୍କୁ ଟ୍ରାକ୍ କରିଥିଲେ। ଶେଷରେ ମିଳିତ ଭାବେ ରେଳ ଷ୍ଟେସନ ନିକଟରୁ ଏହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ ଟିମ୍। ଜବତ ହୋଇଥିବା ଗଞ୍ଜେଇ ଓଜନ ପରେ ୩୮ କେଜି ଥିବା ଜଣା ପଡି ଥିଲା। ଅବକାରୀ ବିଭାଗ ମୁଖ୍ୟ ଅଭିଯୁକ୍ତକୁ ପଚରା ଉଚୁରା କରୁଛନ୍ତି। ଆଗକୁ ଆହୁରି ଗିରଫଦାରି ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.