ରାଉରକେଲା/ବଣାଇ : ସୁନ୍ଦରଗଡ଼ ଜିଲ୍ଲାର ୩ଟି ଫରେଷ୍ଟ ଡିଭିଜନ୍ ରେ ଚାଲିଛି ପକ୍ଷୀ ଗଣନା।। ଡିଏଫଓ ,ଏସିଏଫ୍, ରେଞ୍ଜରଙ୍କ ସମେତ ବନ କର୍ମଚାରୀ ଗଣନାରେ ସାମିଲ।
ରାଉରକେଲା : ୧୮/୧(ସତ୍ୟାନ୍ୟୁଜ) ରାଜ୍ୟର ୫୧ଟି ବନଖଣ୍ଡ ସହ ସୁନ୍ଦରଗଡ଼ ଜିଲ୍ଲାର ୩ଟି ଫରେଷ୍ଟ ଡିଭିଜନରେ ଆଜି ଶୀତ କାଳୀନ ପକ୍ଷୀ ଗଣନା ଆରମ୍ଭ ହୋଇଛି। ବଣେଇ ବନ ଖଣ୍ଡର ୭ ଟି ରେଞ୍ଜ ରେ ୧୮ ଟି ଟିମ୍ ପକ୍ଷୀ ଗଣନାରେ ଲାଗିଥିବା ବେଳେ ରାଉରକେଲା ବନ ଖଣ୍ଡର ୬ଟି ରେଞ୍ଜ ରେ ୧୭ଟି ଟିମ୍ ଗଣନା ରେ ନିୟୋଜିତ ହୋଇଛନ୍ତି। ବଣାଇର ତାମରା,
ଜରଡା, ସୋଲ୍ , କୁଳିପୋଷ,
ବରସୁଆଁ, କୋଇଡା ଆଦି ରେଞ୍ଜ ଏବଂ ରାଉରକେଲାର ବାଙ୍କୀ , ଚାନ୍ଦିପୋଷ , ବିସ୍ରା , ରାଜଗାଙ୍ଗପୁର , ବୀରମିତ୍ରପୁର , ପାନପୋଷ ଆଦି ରେଞ୍ଜ ରେ ଚାଲିଛି ପକ୍ଷୀ ଗଣନା। ଗଠିତ ଟିମ୍ ବିଭିନ୍ନ ଜଳାଶୟ, ନଦୀ ନିକଟରେ ରହିଛନ୍ତି। ଡିଏଫଓ, ଏସିଏଫ୍, ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ସମତେ ବନ କର୍ମଚାରୀ ରହି ବାଇନା କୁଲାର ସାହାଯ୍ୟରେ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। କୋଉ ପ୍ରଜାତି ପକ୍ଷୀ, କେତେ ବିଦେଶୀ ପକ୍ଷୀ ଅଛନ୍ତି ତାହା ଚିହ୍ନଟ କରାଯାଉଛି । ବଣାଇ ଡ଼ି ଏଫ ଓ ଲଳିତ ମୋହନ ପାତ୍ର ଏବଂ ରାଉରକେଲା ଡି ଏଫ୍ ଓ ଜସବନ୍ତ ସେଠୀ ଏହି ଗଣନାରେ ସାମିଲ ହୋଇଛନ୍ତି।
୨୦୨୪ ବର୍ଷ ରେ ବଣାଇ ବନଖଣ୍ଡରେ ୩୪ପ୍ରକାର ପକ୍ଷୀ ଚିହ୍ନଟ କରାଯାଇ ଥିବା ବେଳେ ସେଥିମଧ୍ୟରୁ, ୧୫ ପ୍ରଜାତି ର ବିଦେଶୀ ପକ୍ଷୀ ଚିହ୍ନଟ କରାଯାଇ ଥିଲା। ୭ଟି ରେଞ୍ଜରେ ୪୧୦୦ ସହ ପକ୍ଷୀ ଚିନ୍ହଟ କରାଯାଇ ଥିଲା । ଚଳିତ ବର୍ଷ ଅଧିକ ପକ୍ଷୀ ଆଗମନ ହେବେ ବୋଲି ବଣାଇ ଡ଼ି ଏଫ ଓ କହିଛନ୍ତି।