ରାଜଗାଙ୍ଗପୁର ଡ଼ାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣା।। ୩୬ ଘଣ୍ଟା ପରେ ଦୁଇଜଣ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର।। ପ୍ଲାଣ୍ଟ ବାହାରେ ଉତ୍ତେଜନା।

0 468

ରାଜଗାଙ୍ଗପୁର : ୧୮/୧(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଡ଼ାଲମିଆ ସିମେଣ୍ଟ ପ୍ଲାଣ୍ଟ ରେ କୋଇଲା ହପର୍ ଭୁଶୁଡ଼ି ପଡ଼ିବା ଘଟଣାର ୩୬ ଘଣ୍ଟା ପରେ ଦୁଇଜଣ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇ ପାରିଛି। ଏପର୍ଯ୍ୟନ୍ତ ଅନ୍ୟ ଜଣେ ଶ୍ରମିକଙ୍କ ପତ୍ତା ମିଳିନି। ୨/ ୩ ଘଣ୍ଟା ମଧ୍ୟରେ ଅନ୍ୟ ଜଣ ଙ୍କୁ ଉଦ୍ଧାର କରା ଯିବା ନେଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟ ପକ୍ଷରେ ପ୍ଲାଣ୍ଟ ର କୋଇଲା ଗଦା ଭିତରୁ ଦୁଇ ଜଣଙ୍କ ମୃତ ଦେହ ମିଳିବା ପରେ ପ୍ଲାଣ୍ଟ ବାହାରେ ଉତ୍ତେଜନା ଦେଖା ଦେଇଛି। କାରଖାନା ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସକାଳୁ ସୁନ୍ଦରଗଡ଼ ଜିଲ୍ଲାପାଳ ଘଟଣା ସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏହି ଘଟଣାରେ ମୃତକଙ୍କ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ସ୍ଥାୟୀ ଚାକିରୀ ଦାବିରେ କାରଖାନା ସମ୍ମୁଖ ଗେଟ୍ ରେ ମୃତକଙ୍କ ପରିବାର ବର୍ଗଙ୍କ ଧାରଣା ଜାରି ରଖିଛନ୍ତି। ସୂଚନାଯୋଗ୍ୟଯେ ଗୁରୁବାର ସଂଧ୍ୟାରେ ରାଜଗାଙ୍ଗପୁର ଡ଼ାଲମିଆ ସିମେଣ୍ଟ ଲିମିଟେଡ ର କୋଇଲା ହପର୍ ଭୁଶୁଡ଼ି ୩ ଶ୍ରମିକ ଚାପି ହୋଇ ରହି ଯାଇଥିଲେ। ଏବେ କାରଖାନାର କେତେକ ୟୁନିଟ୍ କୁ ବନ୍ଦ କରି ଦିଆ ଯାଇଛି।

Leave A Reply

Your email address will not be published.