ରାଉରକେଲା : ୧୭/୧(ସତ୍ୟାନ୍ୟୁଜ) ଆଜି ସନ୍ଧ୍ୟାରେ ନୂଆ ବ୍ରାହ୍ମଣୀ ବ୍ରିଜ୍ ଉପରେ ଏକ କାର ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି। କାର ଟି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି। କାରଟି ବେଦବ୍ୟାସ ଆଡ଼କୁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଟ୍ରକ୍ ସଙ୍ଗେ ବାଡେଇ ହୋଇ ଯାଇଥିଲା। ଦୁର୍ଘଟଣାରେ କାରଟି କ୍ଷତିଗ୍ରସ୍ତ ହୋଇ ଥିବା ବେଳେ ଗାଡ଼ିରେ ଥିବା ଲୋକମାନେ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଟ୍ରାଫିକ୍ ଜାମ୍ ହୋଇ ଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ କ୍ଲିଅର୍ କରିବା ସହ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।