ରାଜଗାଙ୍ଗପୁର : ୨୪ ଘଣ୍ଟା ବିତି ଗଲାଣି।। ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାରେ ଫସି ରହିଥିବା ୩ ଶ୍ରମିକ ଉଦ୍ଧାର ହୋଇ ପାରି ନାହାନ୍ତି।।

0 998

ରାଉରକେଲା : ୧୭/୧(ସତ୍ୟାନ୍ୟୁଜ) ୨୪ ଘଣ୍ଟା ବିତି ଗଲାଣି। ଏବେବି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ କୋଇଲା ତଳେ ଚାପି ହୋଇ ଫସି ରହି ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଫଳରେ ସ୍ଥାନୀୟ ଲୋକ ଏବଂ ପରିବାର ବର୍ଗଙ୍କ ମଧ୍ୟରେ ଆଜି ଅସନ୍ତୋଷ ଦେଖା ଦେଇଥିଲା। ଉତ୍ତେଜିତ ଲୋକମାନେ ସ୍ଥିତି ଜାଣିବା ପାଇଁ ପ୍ଲାଣ୍ଟ ଭିତରକୁ ଧସେଇ ପଶିଥିଲେ। କିଛି ସମୟ ପାଇଁ ସିମେଣ୍ଟ ପ୍ଲାଣ୍ଟ ଭିତରେ ଉତ୍ତେଜନା ମୟ ସ୍ଥିତି ଉତ୍ପନ୍ନ ହୋଇଥଲା। ଉଦ୍ଧାର କାର୍ଯ୍ୟ ବାବଦରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି ସ୍ପଷ୍ଟୀକରଣ ଦେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଘଟି ଥିବା ଏହି ବଡ଼ ଧରଣର ଦୁର୍ଘଟଣାର ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଇଲା ହପର୍ ଭୁଶୁଡ଼ି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଥିବା କାରଖାନା କର୍ତ୍ତୃପକ୍ଷ କହିଛନ୍ତି କିନ୍ତୁ ଉଦ୍ଧାର ହୋଇ ପାରି ନାହାଁନ୍ତି। ଉଦ୍ଧାର କାର୍ଯ୍ୟ ଅତି କମରେ ଆହୁରି ୨୪ ଘଣ୍ଟା ଲାଗିବା ନେଇ ସୂଚନା ମିଳୁଚି। ଉଦ୍ଧାର କାର୍ଯ୍ୟରେ ଆମ୍ବୁଲାନ୍ସ , ଜେସିବି , କ୍ରେନ୍ ଆଦି ନିୟୋଜିତ କରାଯାଇଛି। ଗତକାଲି ରାତିରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ , ସୁନ୍ଦରଗଡ଼ ଏସପି , ସ୍ଥାନୀୟ ତହସିଲଦାର ଅନ୍ୟ ସରକାରୀ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଆଜି ମଧ୍ୟ ତଦାରଖ କରୁଛନ୍ତି। ଏହି ଘଟଣାକୁ ନେଇ ସିମେଣ୍ଟ ପ୍ଲାଣ୍ଟ ବାହାରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି। ପ୍ଲାଣ୍ଟ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.