ରାଉରକେଲା : ବଳକା ଖାଦ୍ୟ ଆଉ ରାସ୍ତାରେ ପଡୁ ନାହିଁ।। ଫଳରେ ଭୋକରେ ରହୁଛନ୍ତି ବୁଲା କୁକୁର।। ପ୍ରତିଦିନ ଦୁଇ ଖଣ୍ଡ ରୁଟି ଦେବାକୁ ନିବେଦନ କରିଛନ୍ତି ପଶୁ ପ୍ରେମୀ ମହିଳା

0 533

ରାଉରକେଲା: ୧୭/୧(ସତ୍ୟାନ୍ୟୁଜ) କୁକୁର ରଖିବା ଏବଂ ପାଳିବା ବହୁ
ଲୋକଙ୍କ ସଉକ। ବିଶେଷ କରି ସହରରେ ବିଭିନ୍ନ ବିଦେଶୀ କୁକୁର ଲୋକମାନେ ପାଳି ଥାଆନ୍ତି। ସେମାନଙ୍କୁ ଯତ୍ନର ସହ ପାଳିବା ସହ ତାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥାନ୍ତି। ଅବଶ୍ୟ ଗ୍ରାମାଞ୍ଚଳରେ ବହୁ ଲୋକ ଦେଶୀ କୁକୁର ମଧ୍ୟ ପାଳି ଥାଆନ୍ତି। ସହରରେ ପୂର୍ବରୁ ବୁଲା ଦେଶୀ କୁକୁର ମାନେ ଘରର ବଳକା ଖାଦ୍ୟ ରାସ୍ତାରେ ପକାଇ ଦେଲେ ଖାଉଥିଲେ। ହୋଟେଲ ର ବଳକା କିମ୍ବା ଗ୍ରାହକ ଛାଡିଥିବା ଖାଦ୍ୟ ଖାଇ ଭୋକ ମେଣ୍ଟାଉ ଥିଲେ। ଏବେ କିନ୍ତୁ ସ୍ଥାନୀୟ ପୌର ସଂସ୍ଥା ମାନେ ରାସ୍ତାରେ ଅଳିଆ ସହ ବଳକା ଖାଦ୍ୟ ପକାଇବା ବାରଣ କରିଛନ୍ତି। ଫଳରେ ବୁଲା କୁକୁର ମାନେ ଆବଶ୍ୟକୀୟ ଖାଦ୍ୟ ଖାଇବାକୁ ପାଉ ନାହାଁନ୍ତି। ଏପରି ସମୟରେ ରାଉରକେଲା ୭ ନମ୍ୱର୍ ସେକ୍ଟର ର ଜଣେ ମହିଳା ସ୍ଵପ୍ନା ସ୍ୱାଇଁ ଏହି ବୁଲା ଦେଶୀ କୁକୁରଙ୍କ ପ୍ରତି ସମ୍ବେଦନଶୀଳ ହୋଇଛନ୍ତି। କୁକୁର ମାନଙ୍କ ଯତ୍ନ ନେବା ସହ ଖାଇବାକୁ ଦେଉଛନ୍ତି। ଏପରିକି ଏସିଡ୍ ମାଡ଼ ଖାଇଥିବା ଏକ ବୁଲା କୁକୁର ର ଯତ୍ନ ନେଇ ତାକୁ ଭଲ କରି ପାଳିଛନ୍ତି। ପରେ ସେହି କୁକୁର ଛୁଆ ଦେବାରୁ ତାର ଏକୋଇଶିଆ ମଧ୍ୟ କରିଛନ୍ତି। ସମସ୍ତେ ପ୍ରତିଦିନ ଗୋଟିଏ ବୁଲା କୁକୁରକୁ ଦୁଇ ଖଣ୍ଡ ରୁଟି ଦେବାକୁ ସ୍ୱପ୍ନା ନିବେଦନ କରିଛନ୍ତି।

Leave A Reply

Your email address will not be published.