ରାଉରକେଲା : ୧୭/୧(ସତ୍ୟାନ୍ୟୁଜ) ଜଙ୍ଗଲରେ ନିଆଁ ମନକୁ ମନ ଲାଗି ନଥାଏ। ଏହା ମନୁଷ୍ୟକୃତ। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା। ଜଙ୍ଗଲ ନିଆଁକୁ କିପରି ରୋକା ଯାଇ ପାରିବ ଏଥି ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆଜି ରାଉରକେଲା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ନିରାକରଣ ତଥା ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ବନାଗ୍ନି ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ଭଞ୍ଜଭବନ ଠାରେ ଜଙ୍ଗଲକୁ ନିଆଁ ଦାଉ ରୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ରାଉରକେଲା ଡି ଏଫ୍ ଓ ଜସବନ୍ତ ସେଠୀ ଏବଂ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ସହରର ବହୁ ବ୍ୟକ୍ତି ବିଶେଷ , ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ। ଜଙ୍ଗଲରେ ନିଆଁ ଲାଗିଲେ କେବଳ ଜଙ୍ଗଲ ପୋଡ଼ି ଯିବ ନାହିଁ। ଏହି ନିଆଁ ଗ୍ରାମ୍ୟ ଏବଂ ସହରୀ ଜୀବନକୁ ମଧ୍ୟ ପ୍ରଭାବିତ କରିବ। ଏହାର ଜ୍ୱଳନ୍ତ ଉଦାହରଣ ହେଲା ଆମେରିକା କାଲିଫର୍ଣ୍ଣିଆ ରେ ଲାଗି ଥିବା ବନାଗ୍ନି। ଆଧୁନିକ ବିଜ୍ଞାନ ମଧ୍ୟ ଏହି ନିଆଁକୁ ଆୟତ୍ତ କରି ପାରୁ ନାହିଁ। ଏହି ଦୃଷ୍ଟିରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ଵ।