ରାଉରକେଲା : ରାଜଗାଙ୍ଗପୁରଡାଲମିଆ ସିମେଣ୍ଟ ପ୍ଲାଣ୍ଟ ରେ ବଡ ଧରଣର ଦୁର୍ଘଟଣା।। ୬ ଗୁରୁତର , ୧୦ ଶ୍ରମିକ ଫସି ରହିଛନ୍ତି।
ରାଉରକେଲା : ୧୬/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ୬ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଆହୁରି ୧୦ ଜଣ ଉକ୍ତ ସ୍ଥାନରେ ଫସି ରହିଥିବା ସୂଚନା ମିଳୁଛି। ଉଦ୍ଧାର କାର୍ଯ୍ୟରେ ୫ଟି ଆମ୍ବୁଲାନ୍ସ ଏବଂ ୩ ଟି କ୍ରେନ୍ ନିୟୋଜିତ କରାଯାଇଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଉରକେଲା ଅଣା ଯାଉଛି। ଏହି ଘଟଣାକୁ ନେଇ ସିମେଣ୍ଟ ପ୍ଲାଣ୍ଟ ବାହାରେ ଉତ୍ତେଜନା ଲାଗି ରହିଛି। ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।