ରାଉରକେଲା : ହାଇ ପ୍ରୋଫାଇଲ୍ ମହିଳା ଠକ ଗିରଫ।। କୋର୍ଟରେ ନିଯୁକ୍ତି ଦେବାକୁ କହି ୧୫ ଜଣଙ୍କ ଠାରୁ ୨୦ ଲକ୍ଷ ଠକି ନେଇଥିଲେ।। ତଦନ୍ତ ଜାରି।

0 535

*ଚାକିରୀ ଦେବା ନାଁରେ ବଡ ଧରଣର ଠକେଇ।

  • କୋର୍ଟରେ ଚାକିରିଦେବା ନାଁରେ ଅନ୍ୟୁନ୍ୟ ୨୦ ଲକ୍ଷ ଠକେଇ ଅଭିଯୋଗ।
  • ଅଭିଯୁକ୍ତ ଯୁବତୀ ଲକ୍ଷ୍ମୀ ତନ୍ତୀ ଗିରଫ।
    *ଏସ୍‌ଆଇ ପଦକୁ ୨ ଲକ୍ଷ, କିରାଣି ପାଇଁ ୧ ଲକ୍ଷ ନେଇଥିଲା
    *ନକଲି ନିଯୁକ୍ତିପତ୍ର ଜବତ
    ରାଉରକେଲା: ୧୧/୧(ସତ୍ୟାନ୍ୟୁଜ) ରାଉରକେଲା କୋର୍ଟରେ କିରାଣି ଚାକିରି ଚାକିରୀ ସହ ବିଭିନ୍ନ ପ୍ରକାର ଚାକିରୀ କରାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ। ଠକେଇ ଅଭିଯୋଗରେ ଆଇନ୍ କଲେଜରେ ପଢ଼ି ଥିବା ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ଚାକିରୀ ଦେବା ପାଇଁ ଦେଇଥିବା ନିଯୁକ୍ତି ପତ୍ର ଜବତ୍ ହୋଇଛି। କିରାଣୀ ଚାକିରୀ ପାଇଁ ଏକ ଲକ୍ଷ। କୋର୍ଟ ସବ୍‌ଇନ୍ସପେକ୍ଟର (ସିଏସ୍‌ଆଇ) ପଦ ପାଇଁ ୨ ଲକ୍ଷ, କନିଷ୍ଠ କିରାଣିକୁ ଲକ୍ଷେ ଓ ପିଅନ ପଦ ପାଇଁ ୫୦ ହଜାର ଟଙ୍କା ନେଇ ଥିଲେ। ହାଇକୋର୍ଟରେ ଟ୍ରେନିଂ ଦିଆଯିବ ବୋଲି କହିଥିଲେ। ରାଉରକେଲା ଓ ସୁନ୍ଦରଗଡ଼ କୋର୍ଟରେ ଚାକିରୀ ମିଳିବା ନେଇ ଲୋଭ ଦେଖାଇଥିଲେ।
    ସୁନ୍ଦରଗଡ଼ ଜିଲ୍ଲାର ବଡଗାଁ, ଝିରପାଣି ଓ ସୁନ୍ଦରଗଡର ୧୫ରୁ ଅଧିକ ନିରୀହ ଯୁବକ ଯୁବତୀଙ୍କୁ ଏମିତି ଚାକିରି ଲୋଭ ଦେଖାଇ ଏହି ଯୁବତୀ ଲକ୍ଷ୍ମୀ ତନ୍ତୀ ଠକି ନେଇଛି ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା। ଟ୍ରେନିଂ ଓ ନିଯୁକ୍ତି ପତ୍ର ଦେବା ପୂର୍ବରୁ ଯୁବକଯୁବତୀଙ୍କଠୁ ଅଗ୍ରୀମ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଛି। ଆଶାୟୀଙ୍କ ପରିବାର ଧାନ ଓ ଛେଳି ବିକି, ସୁନାବନ୍ଧକ ରଖି ବା ଅନ୍ୟଠୁ ସୁଧରେ ଟଙ୍କା ଧାର ଆଣି ଠକ ଯୁବତୀଙ୍କୁ ଦାବି ମୁତାବକ ଅଗ୍ରୀମ ଟଙ୍କା ଦେଇଥିଲେ। ସୁନ୍ଦରଗଡ଼ରେ ଏମିତି ଚାକିରି ନେଟ୍‌ୱାର୍କ ଚଳାଇଥିବା ରାଉରକେଲା ଲାଲ୍‌ବିଲ୍‌ଡିଂ ଅଞ୍ଚଳର ଠକ ଯୁବତୀକୁ ଉଦିତନଗର ପୁଲିସ ଗିରଫ କରିଛି। ପୂର୍ବରୁ ୩୦ ଲକ୍ଷ ଠକେଇ ମାମଲାରେ ଏହି ଯୁବତୀଙ୍କୁ ବନ୍ଧମୁଣ୍ଡା ଥାନା ପୋଲିସ ଗିରଫ କରିଥିଲା। ଏବେ ଆଉ ଏକ ଠକେଇ ମାମଲାରେ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ଉଦିତ ନଗର ଥାନା ପୋଲିସ। ଯୁବତୀ ଜଣକ ସୁନ୍ଦରଗଡ଼ରେ ଚାକିରି ଦେବା ନାଁରେ ଏକାକୀ ଠକୁଥିଲା, ନା ତା’ ଗ୍ୟାଙ୍ଗରେ ଅନ୍ୟ କେହି ସାମିଲ ଅଛନ୍ତି ସେ ସଂପର୍କରେ ପୁଲିସ ତଦନ୍ତ କରୁଛି। ଠକାମିର ଶିକାର ଯୁବକଯୁବତୀଙ୍କ କହିବାନୁଯାୟୀ ଅଭିଯୁକ୍ତ ଠକ ଯୁବତୀ ରାଉରକେଲା କୋର୍ଟରେ ନିଜକୁ ଜଣେ ବଡ଼ ଅଧିକାରୀ ବୋଲି ପରିଚୟ ଦେଉଥିଲା। ତା’ ବିନା ଅନୁମତିରେ କୋର୍ଟରେ କୌଣସି କାମ ହୁଏ ନାହିଁ। ବଦଳି, ପଦୋନ୍ନତି ହେବ ସବୁକିଛି ତା’ ଦ୍ବାରା ହୁଏ ବୋଲି କହୁଥିଲା। ୪ ମାସ ତଳେ ପ୍ରଥମେ ବଡଗାଁର ଏକ ଘରୋଇ କମ୍ପାନିରେ କାମ କରୁଥିବା ଜଣେ ଯୁବକଙ୍କୁ କୋର୍ଟରେ କିରାଣି ଚାକିରି କରାଇ ଦେବାକୁ କହି ଦେଢ଼ଲକ୍ଷ ଟଙ୍କା ମାଗିଥିଲା। ବିଶ୍ବାସ ଜନ୍ମାଇବାକୁ ଯୁବକଙ୍କୁ କୋର୍ଟର ନିଯୁକ୍ତିପତ୍ର ଓ ପରିଚୟପତ୍ରର କିଛି କପି ପଠାଇଥିଲା। ନିଯୁକ୍ତିପତ୍ର ଦେଖିବା ପରେ ଯୁବକ ଜଣକ ସରକାରୀ ଚାକିରି ପାଇବା ଆଶାରେ ଘରୋଇ କମ୍ପାନି ଛାଡ଼ି ଦେଇଥିଲେ। ଧାରକରଜ କରି ଅଭିଯୁକ୍ତ ଯୁବତୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ପରେ ଠକ ଯୁବତୀ ବଡଗାଁ ଯୁବକଙ୍କ ଜରିଆରେ ଝିରପାଣି, ସୁନ୍ଦରଗଡ଼ ଓ ବଡଗାଁରେ ନିଜର ନେଟୱାର୍କ ବଢ଼ାଇଥିଲା। ଜଣେ ପରେ ଜଣେ ଯୁବକ ଯୁବତୀ ଚାକିର ଆଶାରେ ଲକ୍ଷ୍ମୀଙ୍କ ଠକାମି ଜାଲରେ ଛନ୍ଦି ହୋଇଥିଲେ। ଫୋନ୍‌ପେ’ ଓ ନଗଦ ଆକାରରେ ଚାକିରି ପାଇଁ ପଦ ଅନୁଯାୟୀ ୫୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥିଲା। ତାଲିମ ଦେବା ନାଁରେ କିଛି ଯୁବକଯୁବତୀଙ୍କୁ କଟକ ହାଇକୋର୍ଟର ବିଭିନ୍ନ କାର୍ଯ୍ୟାଳୟ ବୁଲାଇ ଥିଲା। କଟକରୁ ଫେରିବା ପରେ କିଛି ଯୁବକଯୁବତୀଙ୍କୁ ନଯୁକ୍ତି ଓ ପରିଚୟପତ୍ର ଦେଇଥିଲା। ମାସେ ଦୁଇମାସ ମଧ୍ୟରେ ରାଉରକେଲା ଓ ସୁନ୍ଦରଗଡ଼ କୋର୍ଟରେ ଯାଇ କାମ କରିବାକୁ କହିଥିଲା। ଯେଉଁମାନେ ନିଯୁକ୍ତି ଓ ପରଚୟ ପତ୍ର ପାଇଥିଲେ ସେମାନେ ସୁନ୍ଦରଗଡ଼ ଓ ରାଉରକେଲା କୋର୍ଟରେ ପହଞ୍ଚିଥିଲେ। କୋର୍ଟର ବିଭାଗୀୟ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେଖାଇ ଥିଲେ। ହେଲେ ଅଧିକାରୀମାନେ ତାହା ନକଲି ନିଯୁକ୍ତିପତ୍ର କହିବାରୁ ସେମାନେ ଠକାମିରେ ଶିକାର ହୋଇଥିବା ଜାଣି ପାରିଥିଲେ। ଅଭିଯୁକ୍ତ ଯୁବତୀଙ୍କୁ ଯୋଗାଯୋଗ କରିଥିଲେ ହେଁ, ସେ କଲ୍‌ ଉଠାଇ ନଥିଲା। ଶେଷରେ ଠକାମିର ଶିକାର ଯୁବକଯୁବତୀ ଉଦିତନଗର ଥାନାର ଦ୍ବାରସ୍ଥ ହୋଇଥିଲେ। ପରେ ପାନପୋଷ ରୋଡ ରେ ଉକ୍ତ ଯୁବତୀକୁ ପାଇ ଥାନାରେ ଦେଇଥଲେ ଠକାମୀ ର ଶିକାର ଲୋକମାନେ।
Leave A Reply

Your email address will not be published.