ସୁନ୍ଦରଗଡ : ଅପରାଧିକ ଗତିବିଧି ରୋକିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ।। ଏସପି , ଅତିରିକ୍ତ ଜିଲ୍ଲାପାଳ , ଉପଜିଲ୍ଲାପାଳ , ଥାନା ଅଧିକାରୀ ମାନେ ଉପସ୍ଥିତ।
ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼ : ୧୧/୧(ସତ୍ୟାନ୍ୟୁଜ)
ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଜିଲ୍ଲାପାଳ ମନୋଜ ମହାଜନଙ୍କ ସଭାପତିତ୍ବରେ ଆଜି ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲା ରେ ହଉଥିବା ବିଭିନ୍ନ ଅପରାଧ ଆଦିକୁ କିଭଳି ଭାବେ ରୋକାଯାଇ ପାରିବ ଏବଂ ଆଇନ ଶୃଂଖଳା ପରିସ୍ଥିତି ଯେପରି ବିଶୃଙ୍ଖଳିତ ନହେବ ତାହା ନେଇ ଆଲୋଚନା କରାଯାଇଥିଲା। ସେହିଭଳି ସଙ୍ଗୀନ ଅପରାଧ ରିପୋର୍ଟ ଉପରେ ରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିଭଳି ଅଭ୍ୟାସଗତ ଅପରାଧୀ, ତୀକ୍ଷ୍ଣ ସୁଟର ଆଦିଙ୍କୁ ଧରିବା, ଜାତୀୟ ନିରାପତ୍ତା ଅଧିନିୟମ ଅନ୍ତର୍ଗତ ପ୍ରତିଷେଧକ ବନ୍ଦୋବସ୍ତ ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିଭଳି ବିଭାଗୀୟ ଅଧିକାରୀ ମାନେ କୌଣସି ଅପରାଧ ତଥା ଘଟଣା ଘଟିବା ପୁର୍ବ ରୁ ତାହାର ସୂଚନା ହାସଲ କରି ଅପରାଧ ର ପ୍ରତିରୋଧ କରିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା। ଯାହା ଦ୍ଵାରା କି ବହୁ ମାତ୍ରା ରେ ଅପରାଧ ଗୁଡ଼ିକୁ ହ୍ରାସ କରାଯାଇପାରିବ। ଏଥି ନିମନ୍ତେ ସର୍ବଦା ବିଭାଗୀୟ ଅଧିକାରୀ ମାନେ ଜାଗ୍ରତ ରହିବା ଆବଶ୍ୟକ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା। ସେହିପରି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖୁଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟ ଶୀଘ୍ର ଧରିବାକୁ ବୈଠକ ରେ ଆଲୋଚନା କରାଯାଇଥିଲା। ଜିଲ୍ଲା ରେ ବଢ଼ୁ ଥିବା ଅପରାଧ କୁ ଦୃଷ୍ଟି ରେ ରଖି ଜେଲ ରେ ଥିବା ଅଭିଯୁକ୍ତ କିମ୍ବା ଅପରାଧୀ ମାନଙ୍କୁ ପାରୋଲ କିମ୍ବା ଫର୍ଲୋଗ୍ (furlough) ରେ ଯିବା ନେଇ ବିଶେଷ ଭାବେ ଯାଞ୍ଚ କରି ଅନୁମତି ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସେହିଭଳି ମଟର ଯାନ ଦୁର୍ଘଟଣା, ବେଆଇନ ପାର୍କିଂ, ଟ୍ରାଫିକ ନିୟମ ଅନୂପାଳନ ଉପରେ ମଧ୍ୟ ବୈଠକ ରେ ଆଲୋଚନା କରାଯାଇଥିଲା। ଜନସାଧାରଣ ଟ୍ରାଫିକ ନିୟମ ର ସଠିକ୍ ଭାବେ ଅନୁପାଳନ ଦ୍ଵାରା ସଡ଼କ ଦୁର୍ଘଟଣା କୁ ହ୍ରାସ କରାଯାଇପାରିବ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା। ଜିଲ୍ଲା ରେ ଅପରାଧ କୁ ହଟେଇବା ନିମନ୍ତେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଏବଂ ତୃଣମୂଳ ସ୍ତରରେ ସୂଚନା ର ବହୁଳ ପ୍ରସାର ଅତ୍ୟନ୍ତ ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ମହାଜନ କହିଥିଲେ।
ବୈଠକ ରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ, ଅତିରିକ୍ତ ଜିଲ୍ଲାପାଳ, ସଦର, ପାନପୋଷ ଏବଂ ବଣାଇ ର ଉପଜିଲ୍ଲାପାଳ, ସମସ୍ତ ତହସିଲଦାର ଏବଂ ସମସ୍ତ ଥାନା ଇନଚାର୍ଜ ମାନେ ଉପସ୍ଥିତ ଥିଲେ।