ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବିଜୁ ଏକ୍ସପ୍ରେସ୍ ୱେ ରେ ଥିବା ୨ଟି ଟୋଲ ଗେଟ୍ ରୁ ଆଜି ମଧ୍ୟ ରାତ୍ରୀ ରୁ ଫାସଟ୍ୟାଗ୍ ସେବା।

0 695

ରାଉରକେଲା : ୧୦/୧(ସତ୍ୟାନ୍ୟୁଜ) ଆଜି ୧୦. ୦୧. ୨୦୨୫ ତାରିଖ ମଧ୍ୟରାତ୍ରୀରୁ ସୁନ୍ଦରଗଡ଼ ଜିଲ୍ଲାର ୨ଟି ଏଲ୍ ଆଣ୍ଡ ଟି ବିଜୁ ଏକ୍ସପ୍ରେସ୍ ୱେର ଟୋଲେଗେଟ୍ ରେ ଫାସ୍ ଟ୍ୟାଗ୍ ସେବା ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ମନୋଜ ସତ୍ୟୱାନ୍ ମହାଜନଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ସୁବିଧା ଦ୍ୱାରା ସାଧାରଣ ଜନତାଙ୍କ ଯାତ୍ରା ଆହୁରି ସହଜ, ସୁରକ୍ଷିତ ଓ ସୁବିଧାଜନକ ହେବ । ଯେଉଁମାନେ ପୂର୍ବରୁ ଟୋଲ୍ ରିଚାର୍ଜ କରିସାରିଛନ୍ତି, ସେମାନଙ୍କର ବାଲାନ୍ସ ସ୍ୱତଃସ୍ପୃତ ଭାବେ ଫାସ୍ ଟ୍ୟାଗ୍ ସହ ଲିଙ୍କ୍ ହୋଇଯିବ।
୩୧. ୦୧. ୨୦୨୫ ପର୍ଯ୍ୟନ୍ତ ଫାସ୍ ଟ୍ୟାଗ୍ ରୁ କୌଣସି ଅତିରିକ୍ତ ରାଶି କଟାଯିବ ନାହିଁ।
ଫାସ୍ ଟ୍ୟାଗ୍ ରିଚାର୍ଜ କରି ଟ୍ୟାଗ୍ କୁ ବ୍ୟାଙ୍କ ସହ ଲିଙ୍କ୍ କରିବା ପାଇଁ ଆରଟିଓ ପକ୍ଷରୁ ସମସ୍ତ ଚାଳକଙ୍କୁ ସଚେତନ କରାଯିବା ସହ ନିବେଦନ କରା ଯାଉଛି।
ଗେଟ୍ ରେ ନଗଦ କାରବାରରୁ ଦୂରେଇ ରହିବା ସହ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ନିବେଦନ। କରା ଯାଇଛି। ଏବେ ବିନା ବାଧାରେ ଯାତ୍ରା କରିବା ସହ ସମୟ ସଞ୍ଚୟ ହୋଇ ପରିବ ବୋଲି କୁହା ଯାଉଛି।

Leave A Reply

Your email address will not be published.