ରାଉରକେଲା : ଗ୍ରାମାଞ୍ଚଳରେ ଚାଲିଥିବା ଜୁଆ ଖେଳ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ଅଭିଯାନ ଜାରି।। ସାପ୍ତାହିକ ହାଟରେ ଚଢ଼ାଉ।। ୫ ଗିରଫ
ରାଉରକେଲା: ୧୦/୧(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ରେ ଜୁଆ ଖେଳ ବିରୋଧୀ ଅଭିଯାନ ଜାରି ରହିଛି। ସହରାଞ୍ଚଳରେ ବିଭିନ୍ନ ପ୍ରକାର ଜୁଆ ଖେଳ ଉପରେ ପୋଲିସର ଚଢାଉ ଜାରି ରହିଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଚଢ଼ାଉ ଆରମ୍ଭ ହୋଇଛି। ଗ୍ରାମାଞ୍ଚଳ ହାଟ ବଜାରରେ ଜୁଆ ଖେଳ ଚାଲି ଥିବାରୁ ଗରିବ ଲୋକ ମାନେ ତଳି ତଳାନ୍ତ ହୋଇ ଯାଉଛନ୍ତି। ଏହାକୁ ରୋକିବାକୁ ପୋଲିସ୍ ପକ୍ଷରୁ ଜୁଆ ବିରୋଧୀ ଅଭିଯାନ ଜାରି ରହିଛି।
ଗତକାଲି ସୁନ୍ଦରଗଡ଼ ଜିଲ୍ଲା
ଲହୁଣୀପଡା ଥାନାର ବରସୁଆଁ ଅଞ୍ଚଳରେ ଥିବା ସାପ୍ତାହିକ ହାଟରେ ଜୁଆଖେଳ ଚାଲି ଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା। ପୋଲିସ୍ ନଗଦ ୨୨ ହଜାର ଟଙ୍କା ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଜୁଆ ଖେଳରେ ବ୍ୟବହୃତ ଗୁଡୁଗୁଡ଼ି ପଟି କୁ ମଧ୍ୟ ପୋଲିସ ଜବତ୍ କରିଛି। ଆଗକୁ ଜୁଆ ଖେଳ ଉପରେ ଅଙ୍କୁଶ ଲଗାଇବାକୁ ଚଢ଼ାଉ ଜୋରଦାର କରାଯିବ ବୋଲି ଲହୁଣୀପଡା ଥାନା ଅଧକାରୀ ସୂଚନା ଦେଇଛନ୍ତି ।