ରାଉରକେଲା : ୯/୧(ସତ୍ୟାନ୍ୟୁଜ) କୋଏଲ ନଗର ତଥା ଆଖ ପାଖ ଅଞ୍ଚଳର ବିଭିନ୍ନ ଘରୁ ଏ ସି କମ୍ପ୍ରେସର୍ ଚୋରି କରୁଥିବା ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଝିରିପାଣି ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଘର ମାଲିକ ଘରେ ଶୋଇଥିବା ବେଳେ କିମ୍ବା ପ୍ରାତଃ ଭ୍ରମଣରେ ଯାଇଥିବା ବେଳ ଏହି ଚୋର ମାନେ କଟରରେ କାଟି ଏସି କମ୍ପ୍ରେସର୍ ଏବଂ ଆଉଟର ଚୋରି କରୁଥଲେ। ଏ ବାବଦରେ ବିଭିନ୍ନ ଏରିଆ ରୁ ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଚୋରି କରୁଥିବା ପୁରୁଣା ରେକର୍ଡ ଯାଞ୍ଚ କରି ପୋଲିସ ୪ ଜଣ ଚୋରଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୨ଟି ଏସି ଆଉଟର କମ୍ପ୍ରେସର୍ ଜବତ୍ କରିଛନ୍ତି। ଏହି ଅଭିଯୁକ୍ତ ମାନଙ୍କ ନାଁ ରେ ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲା ଥିବାର ଜୋନାଲ ଡିଏସପି ପୁଷ୍ପାଞ୍ଜଳୀ ନିଙ୍ଗି କହିଛନ୍ତି।