ରାଉରକେଲା : ବ୍ୟାଙ୍କ୍ ସମ୍ମୁଖରୁ ରିଟାୟାର୍ଡ କନେଷ୍ଟବଳଙ୍କ ଠାରୁ ୫ ଲକ୍ଷ ଲୁଟ୍।। ରାଉରକେଲାରେ କଳା ପଲସର୍ ବାଇକ୍ ଲୁଟେରାଙ୍କ ଆତଙ୍କ।
ରାଉରକେଲା : ୯/୧(ସତ୍ୟାନ୍ୟୁଜ) ରାଉରକେଲାରେ ପୁଣି କଳା ପଲସର୍ ବାଇକ୍ ଲୁଟେରାଙ୍କ ଆତଙ୍କ। ଏଥର ଲୁଟେରାଙ୍କ ଶିକାର ହୋଇଛନ୍ତି ଜଣେ ଅବସରପ୍ରାପ୍ତ କନେଷ୍ଟବଳ। ବ୍ୟାଙ୍କ୍ ସମ୍ମୁଖରୁ ଏପ୍ରକାର ଲୁଟ୍ ପୋଲିସ ସହ ଜନ ସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଗୁରୁବାର ଅପରାହ୍ନରେ ରିଟାୟାର୍ଡ କନେଷ୍ଟବଳ ସୁଶିଲ ମାଝୀ ୧୯ ନମ୍ବର ସେକ୍ଟର ଟାଉନଶିପ୍ ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ବାହାରୁ ଥିଲେ। ଏହି ସମୟରେ ବ୍ୟାଙ୍କ୍ ଏଟିଏମ୍ ସମ୍ମୁଖରେ ସେ ଲୁଟ୍ ର ଶିକାର ହୋଇଥିଲେ। ପାଖରେ ପାର୍କିଂ କାରା ଯାଇଥିବା ନିଜ ବୋଲେରୋ ଗାଡ଼ି ପାଖକୁ ଯାଉଥିବା ବେଳେ ଦୁଇ ଜଣ ଲୁଟେରା କଳା ପଲସର୍ ବାଇକ୍ ରେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ନେଇ ପଳାଇ ଥିଲେ। ଦୁଇ ଜଣ ଲୁଟେରା ହେଲମେଟ୍ ପିନ୍ଧି ଥିଲେ। ସଙ୍ଗେ ସଙ୍ଗେ ସୁଶିଲ ୧୯ ନମ୍ବର ସେକ୍ଟର ଥାନାକୁ ଲୁଟ୍ ର ସୂଚନା ଦେଇଥିଲେ। ଜୋନାଲ ଡିଏସପି ପୁଷ୍ପାଞ୍ଜଳୀ ନୀଙ୍ଗି ପୋଲିସ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।