ବଣାଇ : ଶିକ୍ଷକଙ୍କ ମାଡରେ ହାଇସ୍କୁଲ ଛାତ୍ର ଆହତ।। ହସପିଟାଲ ରେ ଭର୍ତ୍ତି।। ଅଭିଯୋଗ ଆଣିଲେ ପରିବାର ଲୋକେ।

0 506

ବଣାଇ : ୬/୧(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ରାଜା ଧରଣୀ ଧର ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ ଙ୍କ ମାଡ଼ରେ ହଷ୍ଟେଲର ରହୁଥିବା ଜଣେ ଛାତ୍ର ଆହତ ହୋଇ ଛନ୍ତି । ଉକ୍ତ ଛାତ୍ରଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସ୍କୁଲର ହଷ୍ଟେଲ ରେ ରହୁ ଥିବା ଜଣେ ନବମ ଶ୍ରେଣୀର ଛାତ୍ର ମୁଢି କିଣି ହଷ୍ଟେଲ କୁ ଆସୁଥିବା ବେଳେ ସ୍କୁଲ ର ହିନ୍ଦୀ ଶିକ୍ଷକ ସନ୍ତୋଷ ସାର୍ ତାଙ୍କୁ କୁଆଡେ ଯାଇଥିଲ ବୋଲି କହି ଧମକାଇ ଥିଲେ। ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ପାଖକୁ ନେବା ପରେ ସେଠାରେ ଉକ୍ତ ହିନ୍ଦୀ ଶିକ୍ଷକ ଛାତ୍ରଙ୍କୁ ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ନିଜେ ଛାତ୍ର ଏବଂ ତାଙ୍କ ବାପା। ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା। ପରେ ତାଙ୍କ ବାପା ଏବଂ ମା’ ଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଖବର ଦେବା ପରେ ତାଙ୍କ ପୁଅକୁ ଘରକୁ ନେଇ ଯିବା ପାଇଁ କହିଥିଲେ। ଘରେ ରାତିରେ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ପରିବାର ସଦସ୍ୟ ତାଙ୍କୁ ବଣାଇ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ।
ଏ ବାବଦରେ ପ୍ରଧାନ ଶିକ୍ଷୟତ୍ରୀ ଏବଂ ହିନ୍ଦୀ ଶିକ୍ଷକ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

Leave A Reply

Your email address will not be published.