ରାଉରକେଲା : ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜନା।। ଟିସିଆଇ ଛକ ନିକଟରେ ଦୁର୍ଘଟଣା।। କ୍ଷତିପୂରଣ ଦାବି କଲେ ସ୍ଥାନୀୟ ଲୋକେ।

0 1,165

ରାଉରକେଲା : ୫/୧(ସତ୍ୟାନ୍ୟୁଜ) ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ
ଟିସିଆଇ ଛକ ନିକଟରେ ଟ୍ରକ୍ ମାଡ଼ି ଯିବାରୁ ଜଣେ ୨୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ବିଶ୍ୱଜିତ୍ ସିଂହ ଫାର୍ସ।ଟୋଲା ଠାରେ ରହୁଥିଲେ। ବେଦବ୍ୟାସ ସ୍ଥିତ ମହାବୀର ଟ୍ରାନ୍ସପୋର୍ଟ ରେ ସେ କାମ କରୁଥିଲେ। ଆଜି ସକାଳେ ବିଶ୍ୱଜିତ୍ ବାଇକ୍ ରେ ଅଫିସ ଯାଉଥିବା ବେଳେ ଏକ ଲୁହା ଗୁଣ୍ଡ ବୋଝେଇ ଟ୍ରକ ତାଙ୍କ ବାଇକ୍ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକେ ବ୍ରାହ୍ମଣୀ ତରଙ୍ଗ ଥାନା ସମ୍ମୁଖରେ ରୁଣ୍ଡ ହୋଇ କ୍ଷତିପୂରଣ ଦାବି କରିଥିଲେ। ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.