ରାଉରକେଲା : ଘରୋଇ ହସ୍ପିଟାଲରେ ଆଇସିୟୁ ରୋଗୀଙ୍କ ଦୁଇ ମହଲାରୁ ପଡ଼ି ମୃତ୍ୟୁ।। ପରିବାର ଲୋକଙ୍କ ତଦନ୍ତ ଦାବି।। ଅପ ମୃତ୍ୟୁ ମାମଲା ରଜ୍ଜୁ କରି ପୋଲିସ ତଦନ୍ତ କରୁଛି।
ରାଉରକେଲା : ୭/୧( ସତ୍ୟାନ୍ୟୁଜ) ରାଉରକେଲାରେ ଏକ ଘରୋଇ।ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ଦୁଇ ମହଲା ରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ଯାଇଛି। ରଘୁନାଥପାଲି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୁଆଁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ପାତେର ଲୋନଙ୍ଗେର ଗ୍ରାମର ୩୯ ବର୍ଷୀୟ ମନୋଜ ଡୁଙ୍ଗ ଡୁଙ୍ଗ ଗତ ଶୁକ୍ରବାର ଦିନ ସହରର ହାଇ ଟେକ୍ ମେଡିକାଲ୍ କଲେଜ ଏବଂ
ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା କୁହାଯାଉଛି। ମେଡିକାଲ୍ ଆଇ ସି ୟୁ ରେ ସେ ଚିକିତ୍ସାଧୀନ ଥିଲେ। ସୋମବାର/ମଙ୍ଗଳବାର ରାତି ସାଢେ଼ ତିନିଟା ବେଳେ ମନୋଜ ଆଇସିୟୁ ରୁମ୍ ର ଝରକାରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ଝରକା ରୁ ଡେଇଁ ସେ ମୃତ୍ୟୁ ବରଣ କରିଥିବା ହସପିଟାଲ କର୍ତ୍ତୃପକ୍ଷ କହୁଥିବା ବେଳେ ମନୋଜଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଆଇସିୟୁ ରେ ଯେତେବେଳେ କାହାରିକୁ ପଶିବାକୁ ମନା ଥାଏ ଏବଂ କବାଟ ଝରକା ବନ୍ଦ ଥାଏ, ରୋଗୀ ସେଠାରୁ ବାହାରି କିପରି ଡେଇଁ ପଡ଼ିଲେ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ଦାବିରେ ପରିବାର ସଦସ୍ୟ ହସପିଟାଲରେ ଧାରଣାରେ ବସିଥିଲେ। ମନୋଜଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଏବେ ନ୍ୟାୟ ପାଇବାକୁ ନିବେଦନ କରିଛନ୍ତି।