ସୁନ୍ଦରଗଡ : ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ।। ପୌର ପାଳିକା ସଫେଇ ସୁପର ଭାଇଜର୍ ଙ୍କୁ ହତ୍ୟା ପରେ ଉତ୍ତେଜନା।। ଅଭିଯୁକ୍ତଙ୍କ ଘର ଜାଳି ଦେଲେ ଉତ୍ୟକ୍ତ ଲୋକେ।
ସୁନ୍ଦରଗଡ଼: ୫/୧(ସତ୍ୟାନ୍ୟୁଜ) ଶନିବାର ସଂଧ୍ୟାରେ ସୁନ୍ଦରଗଡ଼ ଟାଉନ୍ ଥାନା ଅଞ୍ଚଳରେ ଘଟିଥିବା ବାବୁଲି କାକ୍ ହତ୍ୟା ଘଟଣାରେ ଉତ୍ତେଜନା ଲାଗିରହିଛି । କୌଣସି ଅଘଟଣ କୁ ଏଡ଼ାଇବା ପାଇଁ ସହରର କେତେକ ସ୍ଥାନରେ ପୋଲିସ ମୁତୟନ ସହ ସକାଳୁ ସକାଳୁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରା ଯାଇଛି । ତେବେ ରାତିରେ ଗାନ୍ଧୀପଡା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ତିନି ଅଭିଯୁକ୍ତ ଙ୍କ ଘର ଭାଙ୍ଗି ଦେବା ସହ ଜାଳି ଦେଇଛନ୍ତି । ଅନ୍ୟପଟେ ୩ ଜଣ ଅଭିଯୁକ୍ତ ଗତକାଲି ହତ୍ୟାକାଣ୍ଡ ଭିଆଇବା ପରେ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ରହିଛି। ଆଜି ଶବ ବ୍ୟବଚ୍ଛେଦ ହେବ। ପରିବାର କୁ ମୃତ ଦେହ ହସ୍ତାନ୍ତର କଲାପରେ ଉତ୍ତେଜନା ବଢିବାର ଆଶଙ୍କାରେ
୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଗତକାଲି ପୌର ପାଳିକା ରେ ସଫେଇ ସୁପରଭାଇଜର ଭାବେ କାମ କରୁଥିବା ସହରର ଗାନ୍ଧୀପଡ଼ା ଅଞ୍ଚଳର ବାବୁଲି କାକ୍ ଙ୍କୁ ସେହି ପଡ଼ାର ହିଁ କିଛି ଯୁବକ ବିଚ ରାସ୍ତାରେ ଧାରୁଆ ଅସ୍ତ୍ର ରେ ହାଣି ହତ୍ୟା କରିଥିଲେ । ପୂର୍ବ ବ୍ୟବସାୟିକ ଶତ୍ରୁତାରୁ ଏହ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଉତ୍ତେଜନା ଥିବାରୁ ପୋଲିସ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି