ସୁନ୍ଦରଗଡ : ମ୍ୟୁନିସପାଲିଟି ସଫେଇ ସୁପର ଭାଇଜର୍ ଙ୍କୁ ହାଣି ନିର୍ମମ ହତ୍ୟା। ଟାଉନ୍ ରେ ଉତ୍ତେଜନା।। ୩ ଅଟକ।। ପୋଲିସ୍ ତଦନ୍ତ ଜାରି।
ସୁନ୍ଦରଗଡ଼ : ୪/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବିଜୁ ପଟ୍ଟନାୟକ ଛକ ନିକଟରେ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା ପରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥିତି ଉପରେ ନଜର ରଖିଛି। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ପୌର ପରିଷଦର ସଫେଇ ସୁପର ଭାଇଜର ବାବୁଲି କାକ୍ କାମ ସାରି ଫେରିବା ବେଳେ ତାଙ୍କ ଉପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ। ୩ଟି ବାଇକ୍ ରେ ପ୍ରାୟ ୬ ଜଣ ଯୁବକ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ବାବୁଲିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ହସପିଟାଲ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ସୁନ୍ଦରଗଡ଼ ସହର ଗାନ୍ଧୀପଡ଼ାର ହୋଇ ଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର କାରଣ ଜଣା ପଡି ନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରା ଯାଉଛି। ଟାଉନ ଥାନା ପୋଲିସ ୩ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି