ରାଉରକେଲା : ବାସନ୍ତୀ କଲୋନୀରେ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।। ୩ଟି ଗାଡ଼ି ପୋଡ଼ି ଗଲା।।

0 6,566

ରାଉରକେଲା : ୩/୧(ସତ୍ୟାନ୍ୟୁଜ) ବାସନ୍ତୀ କଲୋନୀ ର ଏକ ଘରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇ ଯାଇଛି। ଏହି ଅଗ୍ନିକାଣ୍ଡରେ ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟି ଦୁଇଟି ଗାଡ଼ି ଜଳି ଭସ୍ମୀଭୂତ ହୋଇଯାଇଛି। ଗାଡ଼ି ଚାର୍ଜ କଲା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଫେଜ୍ ୧ ଏଲ୍ ୧୩୧ ନମ୍ବର ଘରେ ଏହି ଅଗ୍ନି କାଣ୍ଡ ଘଟିଥିବା ସୂଚନା ମିଳିଛି । ଫାୟାର ବ୍ରିଗେଡ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଘର ମାଲିକ ଏକ ବିଦ୍ୟୁତ୍ ଚାଳିତ ସ୍କୁଟିକୁ ଚାର୍ଜରେ ବସାଇବା ପରେ ଚାବି ପକାଇ ବାହାରକୁ ଯାଇଥିଲେ। କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗି ଘରେ ବ୍ୟାପି ଯାଇଥିଲା। ପାଖରେ ଥିବା ଦୁଇଟି ବାଇକ୍ ସମ୍ପୂର୍ଣ ଜଳି ଯାଇଥିଲା। ନିଆଁ ଲାଗି ପ୍ରବଳ ଧୂଆଁ ଉପର ମହଲା ପର୍ଯ୍ୟନ୍ତ ବ୍ୟାପୀ ଯାଇଥିଲା। ଉପରେ ମହଲାରେ ଘରୋଇ କାମ କରୁଥିବା ଲୋକ ଏମରର୍ଜେନ୍ସି ଗେଟ୍ ଦେଇ ବାହାରକୁ ବାହାରି ରକ୍ଷା ପାଇ ଯାଇଥିଲେ। ସ୍ଥାନୀୟ ଲୋକ ମାନେ ତାଲା ଭାଙ୍ଗି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ଫାୟାର ଟିମ୍ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ । ଅଧିକ କ୍ଷୟ କ୍ଷତି ବାବଦରେ ସୂଚନା ମିଳି ପାରି ନାହିଁ।

Leave A Reply

Your email address will not be published.