ରାଉରକେଲା : କୋଇଡା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ।। ଅନ୍ୟ ଜଣେ ଗ୍ରାମବାସୀ ଅଳ୍ପକେବର୍ତ୍ତିଲେ ।

0 445

ରାଉରକେଲା :୩/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆଚରଣ ଦିନକୁ ଦିନ ହିଂସ୍ର ହେବାରେ ଲାଗିଛି। ଗତକାଲି ସନ୍ଧ୍ୟା ୫ ଟା ସମୟରେ ଦୁଇଜଣ ଗ୍ରାମବାସୀ କୋଇଡା ଥାନା ଅନ୍ତର୍ଗତ ରେଙ୍ଗମା ଜିଲୁ ସାହିରୁ କାମ ସାରି ଫେରିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦୁଇ ଜଣଙ୍କୁ ଦେଖି ହାତୀ ଦୌଡ଼ି ଆସିଥିଲା। ହାତୀ ଭୟରେ ଉଭୟ ଗ୍ରାମବାସୀ ଦୁର୍ଯ୍ୟୋଧନ ନାୟକ ଓ ବିଠୋଲ ନାୟକ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ। ଦୁର୍ଯ୍ୟୋଧନ ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ବିଠୋଲ୍ ହାତୀ ହାବୁଡ ରେ ପଡ଼ି ଯାଇଥିଲେ। ଦନ୍ତା ହାତୀଟି
ବିଠୋଲଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ହାତୀଟି ଏତେ ହିଂସ୍ର ହୋଇ ଉଠି ଥିଲା ଯେ ବିଠୋଲ୍ ଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଦେଇଥିଲା। ଦୁଇ ଦିନ ହେବ ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜ ଡେଙ୍ଗୁଳା ସେକ୍ସନ ଅନ୍ତର୍ଗତ ବନ୍ଦଲ ଗ୍ରାମରେ ହାତୀ ବଗିଚାରେ ପଶି ପନି ପରିବା ଖାଇବା ସହ ନଷ୍ଟ କରି ଜଣଙ୍କ ଘର ଭାଙ୍ଗିଥିଲା। କିନ୍ତୁ କାଲି ସନ୍ଧ୍ୟାରେ ବିଠୋଲ ନାଏକ ଙ୍କୁ ଅତି ନିର୍ମମ ଭାବେ ମାରି ଦେଇଛି। ଘଟଣାସ୍ଥଳରେ ବନ ବିଭାଗ ଓ ପୁଲିସ୍ ପହଞ୍ଚି ଶବ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.