ରାଉରକେଲା : ଖୋସଲା ହୁଣ୍ଡାଇ ଶୋ ରୁମ୍ ରେ ଲୁଟ୍।। ଲୁଟେରା ମାନେ ସୁରକ୍ଷା କର୍ମୀଙ୍କୁ ବାନ୍ଧି କ୍ୟାସ୍ ବକ୍ସ୍ ଉଠାଇ ନେଇ ପଳାଇଲେ।
ରାଉରକେଲା : ୪/୧(ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ଅଞ୍ଚଳରେ ଗତକାଲି ରାତିରେ ଏକ ବଡ଼ ଧରଣ ର ଲୁଟ୍ ହୋଇ ଯାଇଛି। ଲୁଟେରା ମାନେ ବ୍ରାହ୍ମଣୀ ତରଙ୍ଗ ଥାନା ନିକଟରେ ଥିବା ଏକ ଗାଡ଼ି ଶୋ ରୁମ୍ ର ସୁରକ୍ଷା କର୍ମୀଙ୍କୁ ବାନ୍ଧି କ୍ୟାସ୍ ଵାକ୍ସ କୁ ଉଠାଇ ନେଇ ପଳାଇଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ଡଗ୍ ସ୍କ୍ୱାର୍ଡ ଏଵଂ ସାଇଣ୍ଟଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୩ ଜଣ ମୁଖା ପିନ୍ଧା ଡକାୟତ ବେଦବ୍ୟାସ ନିକଟରେ ଥିବା ଖୋସଲା ହୁଣ୍ଡାଇ ଗାଡ଼ି ଶୋ ରୁମ୍ ରେ ପଶି ଯାଇଥିଲେ। ଡକାୟତ ମାନେ ସେଠାରେ ଡ୍ୟୁଟି ରେ ଥିବା ସୁରକ୍ଷା କର୍ମୀଙ୍କୁ ଭୁଜାଲି ଦେଖାଇ ଡରାଇ ଥିଲେ। ପରେ ଶୋ ରୁମ୍ ର ତାଲା ଭାଙ୍ଗି କ୍ୟାସ୍ ବକ୍ସ୍ ଖୋଲିବାକୁ ଉଦ୍ୟମ କରିଥିଲେ। ମାତ୍ର କ୍ୟାସ୍ ବକ୍ସ୍ କୁ ଖୋଲି ନପାରିବାରୁ ଏହାକୁ ଉଠାଇ ନେଇ ଯାଇଥିଲେ। ପରେ ଶୋ ରୁମ୍ ର ସମସ୍ତ ଡ୍ର ଭାଙ୍ଗି ଦେଇଥିଲେ। କ୍ୟାସ୍ ବକ୍ସ୍ ନେଇ ଯିବା ବେଳେ କମ୍ପାନୀ ର ସୁରକ୍ଷା କର୍ମୀଙ୍କୁ ଦୁବୃର୍ତ୍ତ ମାନେ ବାନ୍ଧି ଦେଇଥିଲେ। ଜାତୀୟ ରାଜପଥ କଡ଼ରେ ଥିବା ଏହି ଶୋ ରୁମ୍ ରେ ଲୁଟ୍ ପୋଲିସ ଏବଂ ସହର ବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଲୁଟ୍ ର ସମସ୍ତ ଘଟଣା ସିସିଟିଭି ରେ ରେକର୍ଡିଂ ହୋଇଛି। ପୋଲିସ୍ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି।