ରାଉରକେଲା : ଡ୍ରଗସ୍ ବିରୁଦ୍ଧରେ ପୋଲିସର ଅଭିଯାନ ଜାରି।। ମୀନା ପଡାରେ ଚଢାଉ।। ଡ୍ରଗସ୍ , ନଗଦ ଟଙ୍କା ଜବତ।। ୪ ଗିରଫ।

0 755

ରାଉରକେଲା : ୩/୧୨(ସତ୍ୟାନ୍ୟୁଜ) ନିଶା କାରବାର ଉପରେ ରାଉରକେଲା ପୋଲିସର ଏକ ବଡ଼ ଧରଣର ଚଢ଼ାଉ ଆଜି ସକାଳେ ହୋଇଛି। ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ମିନା ପଡ଼ା ରେ ପୋଲିସ ପକ୍ଷରୁ ଏହି ଚଢ଼ାଉ କରା ଯାଇଥିଲା। ଚଢ଼ାଉରେ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ସାମିଲ ଥିଲେ। ୨ ଜଣ ଅତିରିକ୍ତ ଏସପି , ୪ ଜଣ ଡିଏସପି , ୧୫ ଜଣ ଇନ୍ସପେକ୍ଟର , ୩୦ ସବ୍ ଇନ୍ସପେକ୍ଟର , ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନେତୃତ୍ୱ ରେ ଏହି ଚଢ଼ାଉ ଚାଲିଥିଲା। ପୋଲିସ୍ ର ଡଗ୍ ସ୍କ୍ୱାର୍ଡ କୁ ମଧ୍ୟ ଏହି ଚଢ଼ାଉ ରେ ସାମିଲ କରା ଯାଇଥିଲା।
ଚଢ଼ାଉରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଥିବା ବେଳେ ୪ ଜଣଙ୍କୁ ଅଟକ ରଖା ଯାଇଛି। ନଗଦ ୮୦ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ନିଶା ଦ୍ରବ୍ୟ କାରବାର ଉପରେ ଏ ପ୍ରକାର ଚଢ଼ାଉ ଆଗକୁ ଜାରୀ ରହିବ ବୋଲି ରାଉରକେଲା ଏସପି ନୀତେଶ ୱାଧୱାନି କହିଛନ୍ତି।

Leave A Reply

Your email address will not be published.