ବଣାଇ : ଲହୁଣୀପଡ଼ା ଥାନା କଲେଇ ପୋଷ ନିକଟରେ ଗଛରେ ପିଟି ହେଲା କାର।। ଜଣେ ମୃତ , ଜଣେ ଗୁରୁତର।

0 543

ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ କ ରାଜ୍ୟ ରାଜପଥ କଲେଇପୋଷ ନିକଟରେରେ ଆଜି ଅପରାହ୍ନ ରେ ଏକ ସଡକ ଦୁର୍ଘଟଣାରେ କାର ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।। ମୃତକ କାର ଚାଳକ କିରଣ ମହାନ୍ତ ହୋଇଥିବା ବେଳେ ଗୁରୁତର ସ୍ଥାନୀୟ ଅଞ୍ଚଳର ଦେବାଶିଷ ମହାନ୍ତ ବୋଲି ଜଣା ପଡ଼ିଛି। କାର ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏପରି ଦୁର୍ଘଟଣା ଘଟିଛି। ଲଗାତାର ଭାବେ କାର ଟି ତିନୋଟି ଗଛରେ ପିଟି ହୋଇଥିଲା। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଥିବା ବେଳେ ଘଟଣାର ତଦନ୍ତ କରିଛନ୍ତି। ଆଜି ରାଉରକେଲା ପୋଲିସ ଜିଲ୍ଲାରେ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏପରି ସ୍ଥଳେ ବିଶେଷ କରି ଖଣି ଖାଦାନ ଅଞ୍ଚଳରେ ସଡକ ସୁରକ୍ଷା ସଚେତନତାର ଆବଶ୍ୟକତା ରହିବା ନେଇ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.