ରାଉରକେଲା : ରାଉରକେଲା ଏଆର ପୋର୍ଟକୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବା ଦାବିରେ ଆକ୍ସନ କମିଟିର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା। ଧାରଣାରେ ଯୋଗଦେଲେ ଦିଲ୍ଲୀପ ରାୟ।

0 366

ରାଉରକେଲା : ୧/୧(ସତ୍ୟାନ୍ୟୁଜ) ରାଉରକେଲା ଏଆରପୋର୍ଟକୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିଣତ କରିବା ଦାବିରେ ଆଜି ଠାରୁ ଧାରଣା ଆରମ୍ଭ ହୋଇଛି। ରାଉରକେଲା
ଏଆରପୋର୍ଟ ଆକ୍ସନ କମିଟି ପକ୍ଷରୁ ବିମାନ ବନ୍ଦର ସମ୍ମୁଖ ରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରଣା ଦିଆ ଯାଉଛି। ରାତ୍ରି କାଳୀନ ବିମାନ ଅବତରଣ ଲାଗି ସୁବିଧା , ଏଆରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଜମି ହସ୍ତାନ୍ତର ଆଇ ଏଲ୍ ଏସ ଏବଂ ଏନ୍ ଏଲ ଏସ ସିଷ୍ଟମ୍ ଲଗାଇବା ଆଦି ଦାବି କରାଯାଇଛି। ଆକ୍ସନ କମିଟିର ସଦସ୍ୟ ମାନେ ପୂର୍ବରୁ ଏଆରପୋର୍ଟର ଅସୁବିଧା ବାବଦରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ। ଦାବି ପୂରଣ ନହେଲେ ଆଜି ଠାରୁ ଧାରଣା ଦେବେ ବୋଲି କହିଥିଲେ। ଦାବି ପୂରଣ ନହେବାରୁ ଆଜି ଠାରୁ ଧାରଣା ଆରମ୍ଭ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଜି ରାଉରକେଲାରେ ପହଞ୍ଚିବା ପରେ ସିଧା ସଳଖ ଧାରଣା ସ୍ଥଳରେ ପହଞ୍ଚି ଥିଲେ। ସେଠାରେ ଏଆରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ପୂର୍ବାଞ୍ଚଳ ମୁଖ୍ୟଙ୍କ ସହ ଆକ୍ସନ କମିଟି ସଦସ୍ୟଙ୍କ ସମ୍ମୁଖରେ ଆଲୋଚନା କରିଥିଲେ। ବିମାନ ବନ୍ଦରକୁ 4 C ଲାଇସେନ୍ସ ପ୍ରଦାନ , ଆଇ ଏଲ୍ ସିଷ୍ଟମ୍ ଲାଗୁ , ଜମି ହସ୍ତାନ୍ତର ଆଦି କାମ ଚାଲିଛି। ଏହାଛଡା ଏଆର ବସ୍ A 320 , 330 , 380 ଅବତରଣ ପାଇଁ ଯୋଜନା ହେଉଥିବା କହିଥିଲେ ଏ ଏ ଆଇ ଅଥରିଟି। ସପ୍ତାହକ ମଧ୍ୟରେ ଏଆରପୋର୍ଟ
ଅଥରିଟି ଅଫ୍ ଇଣ୍ଡିଆ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି ଦିଲ୍ଲୀପ ରାୟ କହିଛନ୍ତି।

Leave A Reply

Your email address will not be published.