ରାଉରକେଲା : ନବ ବର୍ଷର ପ୍ରଥମ ଦିନରେ ଦେବାଳୟ ମାନଙ୍କରେ ପ୍ରବଳ ଭିଡ଼।। ରାଉରକେଲା ତଥା ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।
ରାଉରକେଲା : ୧/୧(ସତ୍ୟାନ୍ୟୁଜ) ନବବର୍ଷ ୨୦୨୫ କୁ ସ୍ଵାଗତ କରିବା ଲାଗି ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ଗତକାଲି ରାତିରେ ବିଭିନ୍ନ କ୍ଳବ୍ , ହୋଟେଲ ରେ ଜିରୋ ନାଇଟ୍ ପ୍ରୋଗ୍ରାମ ହୋଇ ଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ହେଉଛି। ସକାଳେ ହନୁମାନ ବାଟିକା ସମେତ ବିଭିନ୍ନ ଦେବାଳୟରେ ଦେବ ଦର୍ଶନ ଲାଗି ଭିଡ ଲାଗି ରହିଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଆଜି ରାଉରକେଲାରେ ପହଞ୍ଚିବା ପରେ ସମର୍ଥକ ଏବଂ ଶୁଭେଚ୍ଛୁ ମାନେ ଏଆର ପୋର୍ଟ ରେ ତାଙ୍କୁ ସ୍ବାଗତ କରିବା ସହ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ। ଆଜି ସକାଳେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସିଧା ରାଉରକେଲା ଆସିଥିବା ଶ୍ରୀ ରାୟ କହିଥିଲେ। ସହର ବାସୀ ତଥା ରାଜ୍ୟ ବସୀଙ୍କୁ ସେ ନବ ବର୍ଷର ଶୁଭେଚ୍ଛା ଜଣାଇ ଥିଲେ। ଏଆର ପୋର୍ଟ ରୁ ବାହାରିବା ପରେ ଶ୍ରୀ ରାୟ ବାହାରେ ଧାରଣାରେ ବସିଥିବା ଏଆରପୋର୍ଟ ଆକ୍ସନ କମିଟିର ସଦସ୍ୟ ମାନଙ୍କୁ ଭେଟି ଥିଲେ। ରାଉରକେଲା
ଏଆରପୋର୍ଟ କୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ରେ ପରିଣତ କରିବା ଦାବିରେ କମିଟି ପକ୍ଷରୁ ଆଜି ଠାରୁ ଧାରଣା ଦେବା ଆରମ୍ଭ ହୋଇଛି।