ରାଉରକେଲା : ୩୦/୧୨(ସତ୍ୟାନ୍ୟୁଜ) ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡିଜେଲ କଲୋନୀରେ ଜଣେ ରେଳବାଇ କର୍ମଚାରୀଙ୍କ ଘରୁ ହୋଇଥିବା ଡକାୟତି ଘଟଣାରେ ପୋଲିସ ୪ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ଗିରଫ ଙ୍କ ମଧ୍ୟରେ ୩ ଜଣ ଡକାୟତ ଥିବା ବେଳେ ଅନ୍ୟ ଜଣେ ଚୋରା ସୁନା ଗହଣା କିଣିଥିବା ବ୍ୟବସାୟୀ ଅଛନ୍ତି। ଏହି ଘଟଣାରେ ଜଡ଼ିତ ଆଉ ଦୁଇ ଜଣ ଡକାୟତ ଙ୍କୁ ପୋଲିସ ଧରିବାକୁ ଉଦ୍ୟମ ଜାରି ରଖିଛି।
ଅକ୍ଟୋବର ୧୮ ତାରିଖ ରାତିରେ ରେଳବାଇ କର୍ମଚାରୀ ଦିଲ୍ଲୀପ କୁମାର ପଣ୍ଡା ତାଙ୍କ ପରିବାର ସହ ବନ୍ଧମୁଣ୍ଡା ଡିଜେଲ କଲୋନୀ କ୍ୱାର୍ଟର ରେ ଶୋଇଥିବା ବେଳେ ଡକାୟତ ମାନେ ଝରକା ଗ୍ରିଲ୍ କାଟି ପଶିଥିଲେ। ପରେ ଦିଲ୍ଲୀପ , ତାଙ୍କ ପତ୍ନୀ ଏବଂ ଛୋଟ ପୁଅକୁ ବାନ୍ଧି ଛୁରୀ ଦେଖାଇ ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ପୋଲିସ୍ ସିସିଟିଭି ଏବଂ ଅନ୍ୟ ତଥ୍ୟ କୁ ଆଧାର କରି ଡକାୟତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହା ସହ ଜବତ୍ ହୋଇଥିବା ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଏବଂ ୭୦ ହଜାର ଟଙ୍କା ଦିଲ୍ଲୀପ ଏବଂ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।