ରାଉରକେଲା : ହାଇୱା- ସ୍କ୍ରୋପିଓ ମୁହାଁ ମୁହିଁ ଧକ୍କା ଘଟଣାରେ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି।। ଏବେ ମଧ୍ୟ ଜଣେ ଚିକିତ୍ସା ଧୀନ ଅଛନ୍ତି।

0 670

ରାଉରକେଲା : ୩୦/୧୨(ସତ୍ୟାନ୍ୟୁଜ) ରାଉରକେଲା ଚାନ୍ଦିପୋଷ ଥାନା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଗତକାଲି ହୋଇଥିବା ହାଇୱା ଏବଂ ସ୍କ୍ରୋପିଓ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅନ୍ୟଜଣେ ଆହତ ପବିତ୍ର ସାହୁ ଏବେ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସ୍କ୍ରୋପିଓ ଚାଳକ ଆଦିତ୍ୟ ରାଉଳ ଏବଂ ବିପିନ୍ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଶେଖ୍ ରମଜାନ୍ ଙ୍କ ଏକ ଘରୋଇ ହସପିଟାଲରେ ମୃତ୍ୟୁ ହୋଇ ଯାଇଛି। ଗତକାଲି ଖଣ୍ଡାଧାର ଜଳପ୍ରପାତରେ ପିକନିକ୍ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍କୋପିଓ ଏବଂ ହାଇୱା ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଏହି ଭୟଙ୍କର ଅଘଟଣ ଘଟିଥିଲା। ସ୍କ୍ରୋପିଓ ଭାରସାମ୍ୟ ହରାଇ ଡିଭାଇଡର୍ ଡେଇଁ ରାସ୍ତାର ବାମପର୍ଶ୍ୱରୁ ଡାହାଣ ପର୍ଶ୍ୱକୁ ମାଡ଼ି ଯାଇ ହାଇୱା ସହ ଧକ୍କା ହୋଇଥିଲା। ସ୍କ୍ରୋପିଓ ଗାଡ଼ିରେ ଥିବା ଲୋକ ମାନେ ଜୟସ୍ୱାଲ୍ ମୋଟର୍ସ ର କର୍ମଚାରୀ ବୋଲି ଜଣା ପଡିଛି।

Leave A Reply

Your email address will not be published.