ରାଉରକେଲା : ସହରର ବିକାଶ ପାଇଁ ୫୦୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ।। ବ୍ୟୟ ହେବା ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା।। ସୂଚନା ଦେଲେ ଏଡିଏମ୍।
ରାଉରକେଲାର ବିକାଶ ପାଇଁ ୫୦୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ହାତକୁ ନିଆଯାଇଛି : ଆରଏମସି କମିଶନର
ଏଥିପାଇଁ ବ୍ୟୟ ହେବ ଶହେ କୋଟିରୁ ଅଧିକ ଟଙ୍କା
ରାଉରକେଲା : ୨୯/ ୧୨(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ରାଉରକେଲା ଓ ଆଖପାଖ ଅଂଚଳରେ ବିଭିନ୍ନ ଉନ୍ନୟନ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଗୁଡିକର ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
ଆଜି ମହାନଗର ନିଗମ ସଭାକକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଆରଏମସି ପକ୍ଷରୁ ଜୁଲାଇ ଓ ଅଗଷ୍ଟ ମଧ୍ୟରେ ବିଭିନ୍ନ ୱାର୍ଡରେ ଅଂଚଳବାସୀଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା । ଏହି ଜନଶୁଣାଣୀରେ ପାଖାପାଖି ୫୦୦ ଅଭିଯୋଗକାରୀଙ୍କ ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରେ ମୁଖ୍ୟତଃ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ ଆଦି ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା । ସେଥିରୁ ଅଧିକାଂଶ ସମସ୍ୟାର ସମାଧାନ କରା ଯାଇଅଛି l
ଚଳିତ ବର୍ଷ ଆରଏମସି ପକ୍ଷରୁ ୫୦୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ନିମନ୍ତେ ୧୦୪ କୋଟି ଟଙ୍କାର ବାର୍ଷିକ ବ୍ୟୟ ଅଟକଳ ରଖାଯାଇଛି l ଏଥିରେ ନିଗମରେ ସାମିଲ ହୋଇଥିବା ନୂତନ ଓ୍ବାର୍ଡ ଫର୍ଟିଲାଇଜର , ଜଗଦା ଓ ଝାରତରଙ୍ଗର ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯିବ l ଏହା ବ୍ୟତୀତ ଭଣ୍ଡା ଟୋଲା, ତନ୍ତିଟୋଲା, ବୁରୁଟୋଲା, ସିଂ ଟୋଲା , ନଦିଟୋଲା , ବାଲିଯୋଡି ଓ ଜେକେ ନଗରରେ ମୁଖ୍ୟତଃ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣରେ ମଧ୍ୟ ନିବେଶ କରାଯିବ l
ସେହିପରି ଶ୍ରୀ କୁଲକର୍ଣ୍ଣି ସୂଚନା ଦେଲେ ଯେ, ମହାନଗର ନିଗମ ଅଚଂଳରେ ମୋଟ ୫୨ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛିl ସେଥିମଧ୍ୟରୁ ୧୦ ଟି ବିଦ୍ୟାଳୟର ଉନ୍ନତି କରଣ କରାଯାଇଛି l ଆଗାମୀ ଦିନରେ ଆରଏମସି ପକ୍ଷରୁ ୭ ଟି ବିଦ୍ୟାଳୟକୁ ଭଙ୍ଗାଯାଇ ନୂତନ ବିଂଲଡିଂ ନିର୍ମାଣ କରାଯିବ l ଏଥିପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟକଳ ରଖା ଯାଇଛି l
ଇଡବ୍ଲୁଏସ ଆବାସ ଗୃହ ବିଷୟରେ ସେ କହିଛନ୍ତି ଯେ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷରୁ ଛେଣ୍ଡ ନିକଟରେ ମନଟୋଲା, ବିପିୟୁଟି ବସ୍ତି, ବିଦ୍ୟୁତ ବସ୍ତିର ବସ୍ତି ବାସିନ୍ଦାମାନଙ୍କ ଥଇଥାନ ନିମନ୍ତେ ସୂଲଭ ମୂଲ୍ୟର ୫୦୦ ଫ୍ଲାଟ୍ ନିର୍ମାଣ କରାଯାଇଛି l ସେମାନଙ୍କର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି l ଫେବୃଆରୀ ଶେଷ ପର୍ଯ୍ୟନ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାର ଲକ୍ଷ୍ୟ ରଖାଯାଇଛି l
ଆଜି ପର୍ଯ୍ୟନ୍ତ ବେଆଇନ୍ ଭାବେ ନିର୍ମାଣାଧୀନ ୬୦ ଟି ବିଲ୍ଡିଂରେ ଆରଏମସିର ପ୍ଲାନିଂ ଓ ଏନଫୋର୍ସମେଣ୍ଟ ଟିମ୍ ପହଂଚି ନୋଟିସ ଲଗାଇଛନ୍ତି। ବେଆଇନ କାମକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ l
ଆଗାମୀ ଯୋଜନା ବିଷୟରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଲେ ଯେ, ୪ କୋଟି ଟଙ୍କାର ବ୍ୟୟରେ ଟିସିଆଇ ଚୌକ ରୁ ଇଡକୋ ଗେଟ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛିl ଦୟାନନ୍ଦ ନଗର, ବୁରୁଟୋଲା, ପିକେଦାସ କୋଲୋନି,ଫାଦର କୋଲୋନିରେ ଡ୍ରେନେଜ ବ୍ୟବସ୍ଥା କରାଯିବ l ଜଗଦା, ଶକ୍ତିନଗର, ଝିରପାଣି,କୋଏଲ ନଗର ଅଂଚଳରେ ସ୍ବେରେଜ ବ୍ୟବସ୍ଥା କରିବାର ମଧ୍ୟ ଯୋଜନା ରହିଛି l
ସେହିପରି ଟିସକୋ ହିଲ , କଳିଙ୍ଗ ବିହାର, ପ୍ରଧାନପାଲି ଅଂଚଳ ନିମନ୍ତେ ଏକ ମାର୍କେଟ ନିର୍ମାଣ କରାଯିବ l ଏଥିରେ ୪୦୦ ଭେଣ୍ଡର ବସିବାର ବ୍ୟବସ୍ଥା କରାଯିବ l ବଲୁଘାଟରେ ହୋଲସେଲ ମାର୍କେଟ ର ମଧ୍ୟ ନିର୍ମାଣ କରିବାର ଯୋଜନା ରହିଛି l NAPCONS ଖୁବ ଶିଘ୍ର ଏହା ପାଇଁ ସର୍ଭେ ଆରମ୍ଭ କରିବ l
ଶ୍ରୀ କୁଲକର୍ଣ୍ଣି ଆହୁରି ମଧ୍ୟ କହିଲେ ଯେ ଆରଜିଏଚରେ NSPCL ପକ୍ଷରୁ ପୋଷ୍ଟ ମର୍ଟମ ସେଣ୍ଟର ସ୍ଥାପନ କରାଯିବ l
ମୃତ ପଶୁ ପୋଡିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ ସି ଓ ଡି ଓେ୍ଷ୍ଟ ପ୍ରୋସୋସ ପ୍ଲାଣ୍ଟ ସ୍ଥାପନ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯିବ l ବିପିୟୁଟି ନିକଟରେ ଥିବା ଅଳିଆ ଆବର୍ଜନାର ଜାଗା କୁ ସଫା କରାଯିବ।
ସେହିପରି ରାଉରକେଲା ବସ ଷ୍ଟାଣ୍ଡର ନବୀକରଣ ଖୁବ ଶୀଘ୍ର ହେବ ବୋଲିସେ ସୂଚନା ଦେଇଛନ୍ତି l ସେହିପରି lCCC surveilliance ଜନଜାତୀୟ ମ୍ୟୁଜିୟମ , ବିଗ୍ ରିକ୍ରିଏସନାଲ ପାର୍କ, ପ୍ଳାନେଟୋରିୟମ ମଧ୍ୟ ୩ ମାସ ମଧ୍ୟରେ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି l