ରାଉରକେଲା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ।। ଦୁଇ ଗୁରୁତର।। ଚାନ୍ଦିପୋଷରେ ହାଇୱା ସହ ବାଡେଇ ହୋଇ ଗଲା ସ୍କ୍ରୋପିଓ।

0 846

ରାଉରକେଲା : ୨୯/୧୨(ସତ୍ୟାନ୍ୟୁଜ) ରାଉରକେଲା ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ରେ ୨ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍କ୍ରୋପିଓ ଡ୍ରାଇଭର ଗାଡି ମଧ୍ୟରେ ଚାପି ହୋଇ ରହି ଯାଇଥିଲେ। ଫାୟାର ଟିମ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି କାଟି ଡ୍ରାଇଭରଙ୍କୁ ବାହାର କରିଥିଲେ। ସେତେ ବେଳେ ଗାଡ଼ି ଚାଳକ ଆଦିତ୍ୟ ରାଉଳଙ୍କ ମୃତ୍ୟୁ ହୋଇ ସାରିଥିଲା। ଆହତ ତିନି ଜଣ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ରାଉରକେଲା ସରକାରୀ ହସପିଟାଲ ପଠାଇ ଥିଲେ।ଡାକ୍ତର ସେଠାରେ ଜଣେ ଆହତ ବ୍ୟକ୍ତି ବିପିନ୍ ସେଠୀଙ୍କୁ ମୃତ ଘୋଷଣା କରିଥିଲେ। ପବିତ୍ର ସାହୁ ସରକାରୀ ହସପିଟାଲ ରେ ଚିକିତ୍ସାଧିନ ଥିବା ବେଳେ ଗୁରୁତର ଶେଖ୍ ରମଜାନ୍ ଙ୍କୁ ଜେପି ହସପିଟାଲ ପଠା ଯାଇଛି।

ଆଜି ଅପରାହ୍ନରେ ଏକ ସ୍କ୍ରୋପିଓ ଗାଡି ସହ ହାଇୱା ଗାଡ଼ି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ହାଇୱା ଗାଡ଼ି ରାଜାମୁଣ୍ଡା ପଟୁ ଆସୁ ଥିବା ବେଳେ ସ୍କ୍ରୋପିଓ ରେ ଚାରିଜଣ ଖଣ୍ଡାଧାର ଯାଉଥିଲେ। ହଠାତ୍ କୌଣସି କାରଣରୁ ଭାରସାମ୍ୟ ହରାଇ ସ୍କ୍ରପିଓ ଡିଭାଇଡର୍ ଡେଇଁ ହାଇୱା ସହ ବାଡେଇ ହୋଇ ଯାଇଥିଲା। ଫାୟାର ଟିମ୍ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.