ରାଉରକେଲା : ଆନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଗିରଫ।। କମ୍ବୋଡିଆରୁ ଅପରେଟ୍ ହେଉଥିବା ଏହି ଗ୍ୟାଙ୍ଗରେ ଦେଶର ଶହ ଶହ ଯୁବକ ଅଛନ୍ତି।

0 545

ରାଉରକେଲା : ୨୮/୧୨(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜଣେ ଆନ୍ତର୍ଜାତୀୟ ସାଇବର୍ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି। ଏହି ଅଭିଯୁକ୍ତ ଦେବେନ୍ଦ୍ର ପ୍ରତାପ ମୋର୍ଯ୍ୟ ଉତ୍ତରପ୍ରଦେଶର ଏବଂ ଦେଶର ବିଭିନ୍ନ ସ୍ଥାନରୁ ଯୁବକ ମାନଙ୍କୁ ନେଇ ଏହି ଠକ ରାକେଟ୍ ରେ ସାମିଲ କରିଛି। ମୁଖ୍ୟତଃ ଏହି ସାଇବର ଠକେଇ କମ୍ବୋଡିଆରୁ ଅପରେଟ୍ କରା ଯାଉଛି। ଦେଶର ଶହ ଶହ ଯୁବକ ଏହି ଠକ ରାକେଟ୍ ରେ ସାମିଲ ହୋଇ ସାରିଛନ୍ତି।

କେନ୍ଦ୍ର ସରକାରଙ୍କ ଜଣେ କର୍ମଚାରୀଙ୍କୁ ୬୭ ଲକ୍ଷ ଟଙ୍କା ଠକେଇ କରି ଏହି ଗ୍ୟାଙ୍ଗ ନିଜ ଆକାଉଣ୍ଟକୁ ଟଙ୍କା ନେଇ ଯିବା ପରେ ରାଉରକେଲା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଗ୍ୟାଙ୍ଗର ୧୫ ଜଣ ସଦସ୍ୟଙ୍କୁ ପୋଲିସ ଏବେ ସୁଦ୍ଧା ଗିରଫ କରିଥିବା ବେଳେ ଆହୁରି ୧୮ ଜଣଙ୍କୁ ଖୋଜୁଛି। ଆଜି ଧରା ପଡ଼ିଥିବା ଠକ ନିକଟରୁ ପୋଲିସ୍ ଡେବିଟ୍ କାର୍ଡ , କ୍ରେଡିଟ କାର୍ଡ , ସିମ୍ କାର୍ଡ , ୧୦ ଟି ମୋବାଇଲ୍ ଫୋନ୍ ,ପାସପୋର୍ଟ , ବିଦେଶୀ ମୁଦ୍ରା ଆଦି ଜବତ୍ କରିଛି। ଏ ବାବଦରେ ଆହୁରି ଅଧିକ ଲୋକଙ୍କ ଗିରଫଦାରି ହେବା ନେଇ ପଶ୍ଚିମାଞ୍ଚଳ
ଡି ଆଇ ଜି ଏବଂ ରାଉରକେଲା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Leave A Reply

Your email address will not be published.