ରାଉରକେଲା : ଲୋକଙ୍କ ମନ ମୋହୁଛି ଭିମକୁଣ୍ଡ ଜଳପ୍ରପାତ।। ପିକନିକ୍ ପାଇଁ ଲାଗି ରହିଛି ଭିଡ।। ମକର ମେଳା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ।

0 2,595

ମୟୂରଭଞ୍ଜ : ୨୮/୧୨(ସତ୍ୟାନ୍ୟୁଜ) ବୈତରଣୀ ନଦୀ କୂଳରେ ରହିଛି ଆକର୍ଷକ ଜଳପ୍ରପାତ ଭୀମ କୁଣ୍ଡ। ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ଏହି ପର୍ଯ୍ୟଟନ ସ୍ଥଳ ଅବସ୍ଥିତ। ମୟୂରଭଞ୍ଜ ଜିଲ୍ଲା ବାରିପଦା ରୁ ଏହି ସ୍ଥାନ ୧୨୫ କିଲୋମିଟର୍ ହୋଇଥିବା ବେଳେ କରାଞ୍ଜିଆରୁ ୪୦ କିଲୋମିଟର୍। ସେହିପରି କେନ୍ଦୁଝରରୁ ୪୫ କିଲୋମିଟର୍ ଏହି ସ୍ଥାନର ଦୂରତା। ଭିମାକୁଣ୍ଡ ପର୍ଯ୍ୟଟନ ସ୍ଥଳରେ ଜଳପ୍ରପାତ ସହ ଦୁଇଟି କୁଣ୍ଡ ରହିଛି। ବଡ଼ କୁଣ୍ଡ ଏବଂ ସାନ କୁଣ୍ଡ। ପୌରାଣିକ ମତ ଅନୁସାରେ ପାଣ୍ଡବ ମାନେ ତାଙ୍କ ଅଜ୍ଞାତବାସ ସମୟରେ ଏଠାରେ ରହିଥିଲେ। ଏହାକୁ ବିରାଟ ନଗର କୁହା ଯାଉଥିଲା। ପାଣ୍ତବ ଙ୍କ ଦୂତିୟ ଭ୍ରାତା ଭୀମ ଏହି କୁଣ୍ଡରେ ସ୍ନାନ କରିଥିଲେ। ଏଠାରେ ମହାବଳି ଭୀମଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ରହିଛି। ଲୋକ ମାନେ ବଣଭୋଜି କରିବାକୁ ଏହି ସ୍ଥାନ କୁ ଆସୁଥିବାରୁ ବିଭିନ୍ନ ସ୍ଥାନରେ ପିଣ୍ଡି କରାଯାଇଛି। ପର୍ଯ୍ୟଟକ ମାନେ ଭୀମ କୁଣ୍ଡର ସୋନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏକ ୱାଚ୍ ଟାୱାର ମଧ୍ୟ ରହିଛି। ମକର ସଂକ୍ରାନ୍ତି ଦିନ ଏଠାରେ ମେଳା ଲାଗି ଥାଏ ଏବଂ ଲୋକମାନେ ଭିମକୁଣ୍ଡରେ ସ୍ନାନ କରି ଥାନ୍ତି। ଏଠାରେ କୁଣ୍ଡେଶ୍ୱର ଶିବ ମନ୍ଦିର ମଧ୍ୟ ରହିଛି।

Leave A Reply

Your email address will not be published.