ସୁନ୍ଦରଗଡ : ଜଳି ଯାଇଥିବା ପାଳ ଗଦା ମଧ୍ୟରୁ ଅର୍ଦ୍ଧ ଦଗ୍ଧ ଶବ ଏବଂ ବାଇକ୍ ଜବତ।। ବାଇକ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଛି।। ପୋଲିସ୍ ତଦନ୍ତ ଜାରି।

0 898

ସୁନ୍ଦରଗଡ : ୨୭/୧୨(ସତ୍ୟାନ୍ୟୁଜ) ଚାଷ ଜମି ପାଳ ଗଦାରୁ ଆଜି ଏକ ଅର୍ଦ୍ଧ ଦଗ୍ଧ ଶବ ଏବଂ ସମ୍ପୂର୍ଣ ପୋଡ଼ି ଯାଇଥିବା ବାଇକ୍ ଉଦ୍ଧାର କରା ଯାଇଛି। ସୁନ୍ଦରଗଡ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ନବୋଦୟ ସ୍କୁଲ ପଛ ପଟେ ଏହି ଘଟଣା ଘଟିଛି। ଜଳି ଯାଇଥିବା ପାଳ ଗଦା ଭିତରେ ଏକ ଦୁଇ ଚକିଆ ଗାଡ଼ି ଏବଂ ଜଣେ ମଣିଷ ଅର୍ଦ୍ଧ ଦଗ୍ଧ ହୋଇ ଜଳି ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲସି କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଅର୍ଦ୍ଧ ଦଗ୍ଧ ଶବ କୁ ଜବତ କରିବା ସହିତ ସମ୍ପୂର୍ଣ ଜଳି ଯାଇଥିବା ବାଇକ ର ଯନ୍ତ୍ରାଂଶ ମଧ୍ୟ ଜବତ କରିଛି । ହେଲେ କିଏ କାହିଁକି ଏଭଳି ଭାବରେ କାହାକୁ ପାଳ ଗଦା ଭିତରେ ଜଳାଇଲା କିମ୍ବା ଅନ୍ୟ କୌଣସି କାରଣରୁ ଏହା ହୋଇଛି ତାହା ତଦନ୍ତ ପରେ ଜଣା ପଡ଼ିବ। ମୃତ ବ୍ୟକ୍ତିଙ୍କ ଶବକୁ ଚିହ୍ନଟ କରା ଯାଇ ପାରି ନାହିଁ।

Leave A Reply

Your email address will not be published.