ରାଉରକେଲା : ଡିଜିଟାଲ୍ ଆରେଷ୍ଟ ନାଁ ରେ ୨୩ ଲକ୍ଷ ଟଙ୍କା ଠକେଇ।। ରାଜସ୍ଥାନ ରୁ ଦୁଇ ଜଣଙ୍କୁ ଗିରଫ କଲା ରାଉରକେଲା ପୋଲିସ।

0 360

ରାଉରକେଲା : ୨୭/୧୨(ସତ୍ୟାନ୍ୟୁଜ) ନିଜକୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଏବଂ ସିବିଆଇ ଅଫିସର ଭାବେ ଦର୍ଶାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇ ଥିବା ଅଭିଯୋଗରେ ରାଉରକେଲା ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତ ମୁକେଶ ସାଇନି ଏବଂ ହର୍ଷିତ ସାଇନଙ୍କୁ ପୋଲିସ ରାଜସ୍ଥାନର ଜୟପୁର ଏବଂ ଯୋଧପୁର ଅଞ୍ଚଳରୁ ଗିରଫ କରିଛି। ରାଉରକେଲାର ଅରୁଣ କୁମାର ମଣ୍ଡଳ ନାମକ ଜଣେ ବ୍ୟକ୍ତି ଚାଇନାକୁ ପାର୍ଶଲ୍ ରେ ମାଦକ ଦ୍ରବ୍ୟ ପଠାଇଥିବା କହି ଏହି ଅଭିଯୁକ୍ତ ମାନେ ଧମକାଇ ଥିଲେ। ସେମାନେ ନିଜକୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଅଧିକାରୀ ଏବଂ ସିବିଆଇ କହି ଏତଲା ରୁ ନାଁ କାଟି ଦେବାକୁ ଅର୍ଥ ଦାବି କରିଥିଲେ। ଅରୁଣ ଡରି ଯାଇ ୨୩ ଲକ୍ଷ ଟଙ୍କା ନିଜ ଆକାଉଣ୍ଟ ରୁ ଉକ୍ତ ଠକଙ୍କୁ ପଠାଇ ଥିଲେ। ପରେ ଆହୁରି ଅର୍ଥ ଦାବି କରିବାରୁ ସେ ପୋଲିସର ଦ୍ବାରସ୍ଥ ହୋଇଥିଲେ। ପୋଲିସ୍ ତଦନ୍ତ କରି ଅଭିଯୁକ୍ତ ଦ୍ୱୟ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏ ଧରଣର ଡିଜିଟାଲ୍ ଠକେଇ ବାବଦରେ କଲ୍ ପାଇଲେ ତୁରନ୍ତ ସାଇବର୍ ଥାନାକୁ ଜଣାଇବାକୁ ରାଉରକେଲା ଏସପି ଜନସଧାରଣଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.