ବଣାଇ : ବଣାଇ ଫରେଷ୍ଟ ଡିଭିଜନର ସୋଲ୍ ରେଞ୍ଜରେ କଲରା ପତରିଆ ବାଘ ଆତଙ୍କ।। ୧୦ ଛେଳି କୁ ମାରି ଦେଲା ବାଘ।

0 296

ବଣାଇ : ୨୭/୧୨(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଦେଇଛି ବାଘ ଆତଙ୍କ। ବଣାଇ ବନ ଖଣ୍ଡ
ସୋଲ୍ ରେଞ୍ଜର ଜରଡ଼ା , କେଲ ,
ସଲଗୁଡା ଅଞ୍ଚଳରେ ତିନି ଚାରି ଦିନ ହେଲା ଏକ କଲରା ପତରିଆ ବାଘ ଆତଙ୍କ ଖେଳାଇଛି। କେଲ ଗ୍ରାମର କିଛି ଲୋକ ଜଙ୍ଗଲରେ ଛେଳି ନେଇ ଛାଡି ଦେଇ ଥିଲେ। ପରେ, ଖୋଜା ଖୋଜି କରିବାରୁ ଦେଖିବାକୁ ପାଇଲେ ପ୍ରାୟ ୬ଟି ଛେଳି କୁ ଏହି ବାଘ ଖଣ୍ଡିଆ ଖାବରା କରି ମାରିଦେଇଛି। ସେହିପରି ଜରଡ଼ାରେ ମଧ୍ୟ କେତକ ଛେଳିଙ୍କୁ ବାଘ ମାରିଦେଇଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ସରକାରୀ ନିୟମ ଅନୁସାରେ ଗୋଟେ ଛେଳି କୁ
୪ ହଜାର ଲେଖାଏଁ ଟଙ୍କା ଦିଆ ଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ କଲରା ପତରିଆ ବାଘ କେତେକ ଛେଳି ଙ୍କୁ ମାରି ଦେଇ ଥିଲେ।

Leave A Reply

Your email address will not be published.